ଗାଈ ଗୋଠକୁ ମାରିଲା ବିଜୁଳି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାରେ ହଠାତ ବଜ୍ରପାତ ହେବା ଯୋଗୁଁ ରାଶିଫୁଲ ବାରିକଙ୍କ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହି ସମୟରେ ପଡ଼ିଆରେ ଚରୁଥିବା ଗାଈଗୋଠକୁ ବିଜୁଳି ମାରିଥିଲା ଫଳରେ ଦୁଇଟି ଗୋରୁଙ୍କ ମୃତ୍ୟୁ ସହ ତିନୋଟି ଗୋରୁ ଆହତ ହୋଇଛନ୍ତି। ଖବର ପାଇ କୋଟଗଡ ତହସିଲଦାର ଦିବାକର ମାଝି ତଦନ୍ତ ପାଇଁ ନିଜ ଟିମ୍‌କୁ ଘଟଣା ସ୍ଥଳକୁ ପଠେଇଛନ୍ତି। ଏପଟେ ପ୍ରାଣୀ ବିଭାଗ ତରଫରୁ ମଧ୍ୟ ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତ ଗୋରୁଙ୍କ ବ୍ୟବଚ୍ଛେଦ କରାଯାଇଛି । ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କଲା ପରେ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ