ଗାଈ ଘୋଷାଡ଼ି ନେବାରୁ ବୃଦ୍ଧ ଗୁରୁତର

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ଗୋଳାବନ୍ଧ ପାଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମରେ ଜଣେ ବୃଦ୍ଧଙ୍କୁ ନିଜର ଗାଈ ଘୋଷାଡି ନେବାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଘଟଣାରୁ ଜଣା ପଡିଛିଯେ ବେତାରସିଂ ଗ୍ରାମର ପ୍ରହଲ୍ଲାଦ ସେଠୀ (୭୦) ବୁଧବାର ସନ୍ଧ୍ୟାରେ ଖୁଣ୍ଟରେ ପଘାରେ ବନ୍ଧା ହୋଇଥିବା ନିଜର ଗାଈକୁ ଅନ୍ୟ ସ୍ଥାନକୁ ନେବାବେଳେ ପଘାରେ ଛନ୍ଦି ହୋଇ ପଡିଯାଇଥିଲେ । ଫଳରେ ଗାଈଟି ଦୌଡ଼ି ଚାଲି ଯିବାରୁ ପ୍ରହଲ୍ଲାଦ ଘୋଷାଡି ହୋଇ ଅଳ୍ପ ଦୂର ଗଲାପରେ ତାଙ୍କର ମୁଣ୍ଡ ଏକ ଗଛରେ ପିଟିହୋଇ ଗୁରୁତର ଆହତ ହୋଇଥିଲେ । ଗ୍ରାମଲୋକେ ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ପ୍ରହଲ୍ଲାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିବା ବେଳେ ଦେହସାରା ଖଣ୍ଡିଆ ହୋଇ ରକ୍ତାକ୍ତ ହୋଇଥିବା ଯୋଗୁଁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ