ଗାଈ ଚମଡା ବୋଝେଇ ପିକପ୍ ଭ୍ୟାନ୍ ସହ ଦୁଇଜଣ ଅଟକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗୋରୁ ଚମଡା ବୋଝେଇ କରି ନେଉଥିବା ଏକ ପିକାପ୍ ଭ୍ୟାନ କୁ ପାଟପୁର ଅଧିନସ୍ତ ପୋଡାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ତପ୍ତପାଣି ଘାଟି ଖେମୁଣ୍ଡିଖୋଲ୍ ନିକଟରୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଦୁଇଜଣ ହେଲେ ମୁସାରଫ ଖାଁ (୪୧) ଖୋର୍ଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ କାଳିଆ ରଣା ଭଞ୍ଜନଗର ବୋଲି ଜଣାପଡ଼ିଛି ଏନେଇ ୪୫୮/୨୩ ମାମଲା ରୁଜୁ କରିଛ।ସୂଚନା ଅନୁଯାୟୀ ପୀକାପ୍ ଭ୍ୟାନ ଟି ଚାନ୍ଦିପୁଟ୍ ରୁ ବ୍ରହ୍ମପୁର ଯାଉଥିବା ବେଳେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ନିକଟସ୍ଥ ଖେମୁଣ୍ଡିଖୋଲ ଢ଼ାବା ନିକଟରେ ପିକାପ ଭ୍ୟାନ ଗାଡ଼ି ନଂ ଓଡ଼ି ୦୨ସିଡି୩୫୮୬ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଲେ ଏବଂ ଗଞ୍ଜାମ ଜିଲ୍ଲା ବଜରଙ୍ଗି ଦଳର ସଂଯୋଜକ ବଳରାମ ମହାରଣା ବୈଠକ ସାରି ଫେରୁଥିବା ବେଳେ ଜାଣିବାକୁ ପାଇଲେ ପୀକାପ ଭ୍ୟାନ ଟିରୁ ଦୁର୍ଗନ୍ଧ ବାହାରୁଛି ।ଏନେଇ ତନା ଘନା କରିବାରୁ ଗୋରୁ ଚମଡା ବୋଲି ଜଣାପଡ଼ିଛି ଏନେଇ ବଳରାମ ମହାରଣା ପୋଲିସ କୁ ଖବର ଦେବାସହ ଉକ୍ତ ବ୍ୟକ୍ତି ଙ୍କ ନାମରେ ଏତଲା ଦେଇଛନ୍ତି। ପୋଲିସ ଗାଡି ଜବତ କରି ଦୁଇଜଣଙ୍କୁ ଗିରଫ ପାଟପୁର ଥାନା ରେ ଅଟକ ରଖି ପଚରାଉଚରା କରୁଥିବା ଥାନା। ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ