ଗାଙ୍ଗପଡା ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗାଙ୍ଗପଡା ବେସିକ ସ୍କୁଲ ଓ ଗୋଗୁଆ ପ୍ରାଥମିକ ସ୍କୁଲରେ ଅନୁଷ୍ଠିତ କୋଭିଡ ସ୍ୱାବ ପରୀକ୍ଷା ଶିବିରରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ ଉପସ୍ଥିତ ରହି ଲୋକମାନଙ୍କୁ ସ୍ୱାବ ପରୀକ୍ଷା କରାଇନେବାକୁ ସଚେତନ କରାଇଥିଲେ । ଏହି ୨ଟି ଶିବିରରେ ମୋଟ ୫ଶହ ଜଣ ସ୍ୱାବ ପରୀକ୍ଷା କରିଥିବା ବେଳେ ସେଥିମଧ୍ୟରୁ କେବଳ ୫ଜଣଙ୍କର ପଜିଟିଭ ବାହାରିଥିବା ବେଳେ ଅନ୍ୟ ୪୯୫ଟି ସ୍ୱାବ ନେଗେଟିଭ ବାହାରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଲକ୍ଷ୍ମୀପ୍ରୀୟା ରାଉତ, ନାଏବ ସରପଂଚ ନରହରି ରାଉତ, ସରପଂଚଙ୍କ ପ୍ରତିନିଧି ଦିଲ୍ଲିପ କୁମାର ରାଉତ, ବିଜୁ ଯୁବ ବାହିନୀ ସଭାପତି ଅସୀତବନ୍ଧୁ ଧଳ, ମନୋଜ ପାତ୍ର, ଚନ୍ଦ୍ରକାନ୍ତ ରାଉତ, ତ୍ରିଲୋଚନ ପାତ୍ରଙ୍କ ସମେତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପଂଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ସିଂ ସମସ୍ତଙ୍କ ସହଯୋଗରେ କୋଭିଡ ସ୍ୱାବ ପରୀକ୍ଷା ଶିବିରକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ