ଗାଙ୍ଗପଡା ସମିତିସଭ୍ୟାଙ୍କ ବିୟୋଗରେ କେନ୍ଦ୍ରାପଡା ବ୍ଲକରେ ଶୋକସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଞ୍ଚାୟତର ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କ ଅକାଳ ବିୟୋଗରେ ଆଜି କେନ୍ଦ୍ରାପଡ଼ା ବ୍ଲକରେ ଏକ ଶୋକସଭା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାମାନେ ଯୋଗଦେଇ ସ୍ୱର୍ଗତା ସେଠୀଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାଥନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଡ଼ିଓ ବନ୍ଦନା ଖଟୁଆ ସନ୍ଧ୍ୟାରାଣୀ ଜଣେ କର୍ମନିଷ୍ଠ ଜନପ୍ରତିନିଧି ଥିଲେ ଓ ତାଙ୍କ ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଜଣେ ଦରଦୀ ଲୋକ ପ୍ରତିନିଧିକୁ ବ୍ଲକ ହରେଇଲା ବୋଲି ବିଡ଼ିଓ ତାଙ୍କ ବକ୍ତବ୍ୟରେ କହିଥିଲେ । ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲାପରିଷ ସଭ୍ୟ ରଶ୍ମିରଞ୍ଜନ ରାଉତ, ଲିଲିତା ଦାସ, ନିର୍ମଳା ମହାନ୍ତିଙ୍କ ସମେତ ବ୍ଲକ ଅଧିନସ୍ତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତା ସେଠୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଏହି ଶୋକସଭାରେ ସ୍ୱର୍ଗତା ସେଠୀଙ୍କ ସ୍ୱାମୀ ଅଭିରାମ ସେଠୀ ଓ ୫ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅ ଉପସ୍ଥିତ ଥିଲେ ।