ଗାଙ୍ଗପଡା ସମିତିସଭ୍ୟ ଉପନିର୍ବାଚନରେ ମମତାରାଣୀ ଧଳ ନିର୍ଦ୍ୱନ୍ଦରେ ନିର୍ବାଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତର ସମିତିସଭ୍ୟ ଉପନିର୍ବାଚନରେ ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । ତାଙ୍କ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲ କରିଥିବା ୩ଜଣ ପ୍ରତିଦ୍ୱନ୍ଦି ଆଜି ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଠାରୂ ସୂଚନା ମିଳିଛି । ସେହି ଉପନିର୍ବାଚନ ପାଇଁ ଶ୍ରୀମତୀ ଧଳଙ୍କ ବ୍ୟତିତ ଚନ୍ଦ୍ରଭାନୁ ପାତ୍ର, କ୍ଷୀରୋଦ ଚନ୍ଦ୍ର ରାଉତ ଓ ରାମଚନ୍ଦ୍ର ବେହୁରା ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଅନାମବନ୍ଧୁ ଧଳଙ୍କ ବିୟୋଗ ଯୋଗୁ ଖାଲି ପଡିଥିବା ସେହି ପଦ ନିମନ୍ତେ ଆସନ୍ତା ୨୫ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଶ୍ରୀମତୀ ଧଳ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଧଳଙ୍କ ପତ୍ନୀ ମମତାରାଣୀ ଧଳ ଏହି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ତାଙ୍କ ବିରୋଧରେ ସେହି ପଦ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଥିବା ଅନ୍ୟ ୩ଜଣ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରୁ ଆଉ ନିର୍ବାଚନର ଆବଶ୍ୟକ ନଥିବା ବେଳେ ଶ୍ରୀମତୀ ଧଳ ନିର୍ଦନ୍ଦରେ ଗାଙ୍ଗପଡା ପଂଚାୟତର ସମିତି ସଭ୍ୟା ଭାବରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏଥିନିମନ୍ତେ ଅବଶ୍ୟ ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇନାହିଁ ।
ସଦର ଥାନାର ସଫଳତା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ