ଗାଙ୍ଗପୁରରେ ବରିଷ୍ଠ ନାଗରୀକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବରିଷ୍ଠ ନାଗରୀକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୂଷ ଡାକ୍ତର ପାଣ୍ଡବ ସ୍ଵାଇଁ, ଆୟୂଷ ଡାକ୍ତର ସରୋଜ ପ୍ରଧାନ,ଡାକ୍ତର ବସନ୍ତ ସ୍ୱାଇଁ, ଲ୍ଯାବ୍ ଟେକ୍ନିସିଆନ୍ ସୁମନ୍ତ ସ୍ୱାଇଁ, ଆଇସିଟିସି କାଉନସିଲର୍ ପ୍ରମୁଖ ଉପସ୍ଥିତ ରହି ଶତାଧିକ ବରିଷ୍ଠ ନାଗରୀକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I ଏହି ଅବସରରେ ୧୧୦ ଜଣ ବରିଷ୍ଠ ନାଗରିକଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୭୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ଏବଂ ୧୦୨ ଜଣଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା I ଏହି ଅବସରରେ ଗାଙ୍ଗପୁର ଏବଂ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଇ ଜନ ସାଧାରଣଙ୍କୁ ଯକ୍ଷ୍ମା ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ