ଗାଙ୍ଗପୁରରେ ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ ; କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଗାଙ୍ଗପୁର ,(ସନ୍ତୋଷ ବିଷୋୟୀ): ଆଜି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ ଦିନିକିଆ ଗସ୍ତରେ ଆସି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଠାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି I ସୂଚନା ପ୍ରକାରେ ଆଜି ଅପରାହ୍ଣରେ ବିଜେପି ପ୍ରଭାରୀ ଗାଙ୍ଗପୁରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ତାଙ୍କୁ ପାଛୋଟି ନେଇଥିଲେ I ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀ ଯୋଗ ଦେଇ କର୍ମୀଙ୍କ ମାନଙ୍କ ଉତ୍ସାହ ବଢାଇବା ସହ ସେମାନଙ୍କୁ ଘୁମୁସର ଜିଲ୍ଲାରେ ବିଜେପି ସଂଗଠନକୁ ମଜୁବୁତ କରିବା ପାଇଁ ରାଜନୈତିକ ଗୁରୁମନ୍ତ୍ର ଦେଇଥିଲେ I ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଘୋଟାଲାକୁ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ପ୍ରକାଶ କରିଥିଲେ I ରାଜ୍ୟ ପ୍ରଭାରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର,ଘୁମୁସର ଜିଲ୍ଲା ପ୍ରଭାରୀ ସୁରତ ବିଶ୍ୱାଳ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ,ରାଜ୍ୟ ବିଜେପି ଉପସଭାପତି ଅନିତା ଶୁଭଦର୍ଶିନୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ରାଉତ,ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆଙ୍କ ସମେତ ଘୁମୁସର ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି,ତଥା ସାଧାରଣ ସମ୍ପାଦକ,ବହୁ ବିଜେପି କର୍ମୀ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ