ଗାଙ୍ଗପୁରରେ ଭଜନ ସନ୍ଧ୍ୟା ଦୃଷ୍ଟିହୀନ କଳାକାରଙ୍କ ଗୀତରେ ଝୁମିଲେ ଶ୍ରୋତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସୋମବାର ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ମୁଖ୍ୟ ସଡ଼କ ପାର୍ଶ୍ୱରେ ଦୃଷ୍ଟିହୀନ କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି I ସୁଦୂର କୋରାପୁଟର ବାଟ ମଙ୍ଗଳା ଛୋକରୁ ଆସିଥିବା ଶ୍ରୀ ହରଗୌରୀ ଭଜନ ସମାରୋହ ଅନୁ୍ଷ୍ଠାନର ଦୃଷ୍ଟିହୀନ କଳାକାର ମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ I କଳାକାର ମାନଙ୍କ ଦୃଷ୍ଠି ଶକ୍ତି ନଥିଲେ ଗୀତ ଏବଂ ସଙ୍ଗୀତରେ ଶ୍ରୋତାମାନେ ଝୁମି ଉଠିଥିଲେ I ଶତାଧିକ ଲୋକ ଭଜନ ସମାରୋହକୁ ଉପଭୋଗ କରିଥିଲେ I ଗାଙ୍ଗପୁର ଗ୍ରାମର ଯୁବଗୋଷ୍ଠୀ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ