ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ଗାଂଗପୁର କ୍ଲଷ୍ଟରର ଗାଂଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଷମା କୁମାରୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ପୋଷାକ ବିତରଣ ମେଳାରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣି ବିଷୋୟୀ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ, ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ବିଷୋୟୀ,ୱାର୍ଡସଭ୍ୟ ପଞ୍ଚାନନ ପାଣିଗ୍ରାହୀ, ଗ୍ରାମ୍ୟ ପରିଚାଳନା କମିଟି ସଂପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପୂର୍ବତନ ସି.ଆର୍.ସି.ସି ପ୍ରତାପ ଚନ୍ଦ୍ର ଶତପଥୀ, ପ୍ରାକ୍ତନ ସି.ଆର୍.ସି.ସି ତଥା ଧାନପୁଂଜା ପ୍ରକଳ୍ପ ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ,ଗାଂଗପୁର ସି.ଆର୍.ସି.ସି କାର୍ତ୍ତିକେୟ ସେଠୀ,ସମସ୍ତ ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ କଠିନ ଅଧ୍ୟବସାୟ ଓ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ଶିକ୍ଷାର୍ଥୀଙ୍କୁ ଉପଦେଶ ଦେଇଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ୩୧୭ଜଣ ଶିକ୍ଷାର୍ଥୀଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରାଗଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସନିତ କୁମାର ଜେନା ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଅଷ୍ଟମ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ମନୋନିବେଶ ପାଇଁ ଏକ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଏହା ଉଚ୍ଚ ପ୍ରଶଂସିତ ହୋଇଥିଲା। ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶ,ଅଳକା କୁମାରୀ ମହାପାତ୍ର,ପିଙ୍କି ଦଳାଇ,ଦୀପା ପ୍ରଧାନ,ସ୍ମିତା ନାୟକ, ଶିକ୍ଷକ ଶିବରାମ ମହାନ୍ତି,ଆକୁଳ ସାହୁ, ପ୍ରକାଶ ଚନ୍ଦ୍ର ଗୌଡ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଂଗ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ