ଗାଙ୍ଗପୁର ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ପି

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ପୁଲିସ ଜ଼ିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଦେଶରେ ଦ୍ୱିତୀୟ ଥାନା ରୂପେ ଆୱାର୍ଡ ପାଇଥିବା ଗାଙ୍ଗପୁରଥାନାର ଆଇଆଇସି ଏହି ଥାନା ଅଧିନର ଏସଡିପିଓଙ୍କ ସମେତ ସମସ୍ତ ଥାନା କର୍ମଚାରୀଙ୍କୁ ଏସପି ବ୍ରିଜେଶ କୁମାର ରାଏ ସମ୍ବର୍ଦ୍ଧିତ କରିଥିଲେ l ଏହା ସହ ଗିରଫପରୱାନା ତାମିଲ କରିଥିବା ୧୪ ଜଣ ପୁଲିସ ଏସ ଆଇ ଏ ଏସ ଆଇ, କନେଷ୍ଟବଲ ଏବଂ ହୋମ ଗାର୍ଡଙ୍କୁ ଡିଜିପି ଯେଉଁମାନଙ୍କୁ ପ୍ରଶଂସିତ କରିଥିଲେ ସେମାନଙ୍କୁ ଏସପି ସମ୍ବର୍ଦ୍ଧିତ କରିଥିଲେ l ଗାଙ୍ଗପୁର ପୁଲିସ ଥାନା କର୍ମଚାରୀ ଏବଂ ଅଧିକାରୀ ଯେଉଁ କାମ କରି ଦେଶରେ ରାଜ୍ୟ ଏବଂ ଜ଼ିଲ୍ଲାର ନାଁ ରଖିଲେ ସେହିପରି ଅନ୍ୟ ଥାନାମାନେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଲେ ସେମାନେ ମଧ୍ୟ ଟେକ ରଖିବେ ବୋଲି ଗଞ୍ଜାମ ଏସପି ଶ୍ରୀ ରାଏ ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ଗିରଫ ପରୱାନା ତାମିଲ କରିଥିବା ଅଧିକାରୀ କାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l ସୂଚନା ଯୋଗ୍ୟ ଦେଶର ଉତ୍ତମ ଥାନା ରୂପେ ଦ୍ୱିତୀୟ ଗାଙ୍ଗପୁର ଥାନାକୁ ଗୃହମନ୍ତ୍ରାଳୟ ଘୋଷଣା କରିଥିଲା । ନିକଟରେ ଲକ୍ଷ୍ନୌ ଠାରେ ଗୃହମନ୍ତ୍ରୀ ଆଇଆଇସିଙ୍କୁ ଆୱାର୍ଡ ରୂପେ ଟ୍ରଫି ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ