ଗାଙ୍ଗପୁର ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସ୍ ବିଧାୟକ ପ୍ରାର୍ଥୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଦେଶର ଶ୍ରେଷ୍ଠ ତିନୋଟି ମଧ୍ୟରେ ସ୍ଥାନ ପାଇବା ପରେ ରାଜ୍ୟର ବହୁ ପୁରୁଖା ବ୍ୟକ୍ତିଙ୍କ ନିକଟରୁ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି I ଏହି ଅବସରରେ ଗଞ୍ଜାମ ଜିଲ୍ଳା ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତି ଏହି ଗୌରବ ଆମ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିବା ସହିତ ଏହି ସଫଳତା ପଛରେ ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଅକ୍ଳାନ୍ତ ପରିଶ୍ରମ, ସମୟ ଏବଂ ଥାନାରେ କାଯ୍ୟରତ ସମସ୍ତ କର୍ମଚାରୀଙ୍କ ନିଃସ୍ଵାର୍ଥ ସହଯୋଗ ରହିଛି ବୋଲି କହିଛନ୍ତି I ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ଥାନା ଅଧିକାରୀ ଏବଂ ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି I


