ଗାଙ୍ଗପୁର ଥାନା ଅଧିକାରୀଙ୍କ ଅକାଳ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଶୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ଅପରାହ୍ଣରେ ଗୁଳି ବାଜି ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କର ମୃତ୍ୟୁ ଘଟିଛି I ସେ ଥାନା ପଛପଟେ ନିଜ କ୍ୱାର୍ଟରରେ ଅନ୍ୟ ପୋଲିସ୍ ଅଧିକାରୀ ମାନଙ୍କ ସାହା ଆଲୋଚନା କରୁଥିବା ବେଳେ aଅଚାନକ ଗୁଳି ବାଜି ସେ ଗୁରୁତର ଆହତ ହେବା ସହିତ ମେଡ଼ିକାଲ୍ ଯିବା ରାସ୍ତାରେ ମୃତ୍ୟୁ ବରଣ କରିଥିଲେ I ସ୍ୱର୍ଗତ ଗମାଙ୍ଗ ଜଣେ ଜନପ୍ରିୟ ଥାନା ଅଧିକାରୀ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି I ଏହି ଅସମୟରେ ସ୍ଵର୍ଗତ ଗମାଙ୍ଗଙ୍କ ସମ୍ବାଦିକଙ୍କ ସହିତ ଏକ ଭାଇ ଚାରାର ସମ୍ପର୍କ ଥିଲା ବୋଲି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ଜଗତରନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଉପସ୍ଥିତ ସଦସ୍ୟ ମାନେ ପ୍ରକାଶ କରିଥିଲେ I ଆଜିର ଏହି ଶୋକ ସଭାରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି,ସହସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୂପାଦ ଜେନା ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର ବିଷୋୟୀ, ପଞ୍ଚାନନ ସାହୁ, ସନ୍ତୋଷ କୁମାର ଡାକୁଆ, ମାଧବ ଚନ୍ଦ୍ର ଆପଟ, ରାଜେଶ୍ ପଣ୍ଡା, ରାଜେଶ୍ ପାତ୍ର, ସୁଶାନ୍ତ ବେହେରା, ଅକ୍ଷୟ ଶତପଥୀ,ସନ୍ତୋଷ ତ୍ରିପାଠି, ବିନ୍ଦୁପ୍ରିୟା ଦାଶ,ବର୍ଷାରାଣୀ ସ୍ଵାଇଁ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ, ସୁଶାନ୍ତ ମିଶ୍ର,ପଞ୍ଚାନନ ସାହୁ,ଚନ୍ଦନ ସାହୁ, ମଣ୍ଟୂ ମହାପାତ୍ର, ସଚିନ୍ ପୁରୋହିତ, ସୁରେଶ ସୁବୁଦ୍ଧି ପ୍ରମୁଖ ଉପସ୍ଥିତରହି ସ୍ୱର୍ଗତ ଗମାଙ୍ଗଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ