ଗାଙ୍ଗପୁର ପୋଲିସର କରୋନା ସଚେତନତା ନେଇ ଫ୍ଲାଗ ମାର୍ଚ୍ଚ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ଭାଇରସ୍ କବଳରୁ ଲୋକମାନଙ୍କୁ ଦୁରେଇ ରଖିବା ଓ ସୁରକ୍ଷିତ ରଖିବା ପାଇଁ ଦିନକୁ ଦିନ ବଢୁଛି କଟକଣା ।ଏଥିପାଇଁ ଯଥେଷ୍ଟ କାର୍ଯ୍ୟ କରୁଛନ୍ତି ଓଡ଼ିଶା ପୋଲିସ ବାହିନୀ।ଏହି ଅବସରରେ ଗାଙ୍ଗପୁର ପୋଲିସ ଫ୍ଲାଗ ମାର୍ଚ୍ଚ କରି ଅଞ୍ଚଳବାସୀଙ୍କୁ ପୁଣି ସଚେତନ କରାଇଛି ।ଗାଙ୍ଗପୁର ଥାନଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ଡି ଏସ୍ ପି ସଞ୍ଜୟ କୁମାର ମହାପାତ୍ର, ଭଞ୍ଜନଗର ଏସ୍.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ସହ ଗାଙ୍ଗପୁର ପୋଲିସ ଗାଙ୍ଗପୁର, ଡେଙ୍ଗାପଦର, ଗୋବରା ଏବଂ ଆଖପାଖ ଗ୍ରାମଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରି କରୋନା ସମ୍ପର୍କୀୟ ବ୍ୟାପକ ସଚେତନତା କରାଇଥିଲେ।ଘରୁ ନ ବାହାରିବା, ସଟ୍ ଡାଉନ୍ କୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା, ବାଇକ୍ ନେଇ ବାହାରକୁ ନ ବାହାରିବା,ମାସ୍କ ବ୍ୟବହାର କରିବା,ସାମାଜିକ ଦୁରତ୍ୱ ବଜାୟ ରଖିବା, କରୋନା ସନ୍ଦେହ ହେଲେ ସେ ସମ୍ପର୍କରେ ପ୍ରଶାସନକୁ ଜଣାଇବା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହରାଞ୍ଚଳରେ ମାସ୍କ ନ ପିନ୍ଧିଲେ ୧୦୦୦ ଟଙ୍କା ଓ ଗ୍ରାମାଞ୍ଚଳରେ ୫୦୦ଟଙ୍କା ଜୋରିମନା ଆଦାୟ କରାଯିବ ବୋଲି କହିଥିଲେ ।ଆଇନ ଅମାନ୍ୟ କରି ବାଇକ୍ ନେଇ ବାହାରିଲେ ବାଇକ୍ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜନସାଧାରଣ ଙ୍କୁ ଜଣାଇଥିଲେ ।ଆଜି ଆଇନ ଅମାନ୍ୟ କରି ଗାଙ୍ଗପୁର ଥାନା ଓ ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରେ ପ୍ରାୟ ୧୭ଟି ମୋଟରସାଇକଲ୍ ଜବତ ହୋଇଥିବା ଜଣାପଡିଛି ।ପୋଲିସ ର ଏହି କାର୍ଯ୍ୟଶୈଳୀ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ