ଗାଙ୍ଗପୁର ପୋଲିସର କାର ଯାଞ୍ଚ
ଗାଙ୍ଗପୁର(ଯୁଗାବ୍ଦ ନ୍ୟୁଜ୍) :ନୂତନ ମୋଟର ଯାନ ଆଇନ ଅନୁଯାୟୀ ଗତ କିଛି ଦିନ ଧରି ସରକାରଙ୍କ ତରଫରୁ ଜୋରଦାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଯେଉଁ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା ତାହା ରାଜ୍ୟ ସରକାର କିଛି ଦିନ ପାଇଁ କୋହଳ କରିଛନ୍ତି । ତେଣୁ ବେଲଗୁଣ୍ଠା ପୋଲିସ ତରଫରୁ ଯାଞ୍ଚ ପ୍ରକ୍ରିୟା କୁ କୋହଳ କରାଯାଇଥିଲା । ହେଲେ ନୂତନ ଆଇନ ଅନୁଯାୟୀ ଯେଉଁ ବିନା ହେଲମେଟରେ ଗାଡି ଚଳାଇବା ,ମଦ୍ୟପାନ କରି ଗାଡି ଚଳାଇବା , ଗାଡିରେ ଉର୍ଦ୍ଧ ବ୍ୟକ୍ତିଙ୍କୁ ଧରି ଯାତାୟତ କରିବା । ଏହି ଭଳି ନିୟମ କାନୁନକୁ କଡା କଡି ଭାବେ ପାଳନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ବେଲଗୁଣ୍ଠ ପୋଲିସ ତରଫରୁ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିଲା । ହେଲେ ପୋଲିସ କିଛି ଦିନ ଯାଞ୍ଚ ବ୍ୟବସ୍ଥାକୁ କୋହଳ କରିଥିବା ବେଳେ ଗତ ୫ ଦିନ ଧରି କଣ୍ଟେଇପଲ୍ଲୀ ଛକ .ଓ ଗାଙ୍ଗପୁର ଠାରେ ଆଇ.ଆଇ.ସି ଧିରେଶ କୁମାର ଦାସଙ୍କ ନେତୃତ୍ୱରେ ବିଭିନ୍ନ ଚାରିଚକିଆ ଯାନକୁ ଯାଞ୍ଚ କରାଯାଇଥିଲା । ଗତ ୫ ଦିନ ମଧ୍ୟରେ ପୋଲିସ ମଦ୍ୟପାନ କରି ଗାଡି ଚାଳନ କରୁଥିବା ଚାଳକ ଙ୍କ ଠାରୁ ଜୋରିମାନା ଆଦାୟ କରିଛି ।ଏହି ଯାଞ୍ଚ ପ୍ରକ୍ରିୟାରେ ଆଇ.ଆଇ.ସିଙ୍କ ସମେତ ସେକେଣ୍ଡ ଅଫିସର ପ୍ରମୋଦ କୁମାର ବେହେରା ,କନେଷ୍ଟବଳ ନାରାୟଣ ପାତ୍ର,ଗାଙ୍ଗେୟା ରେଡି, ବାଳକୃର୍ଷ୍ଣ ନାୟକ ଚାରିଚକିଆ ଯାନ କୁ ଯାଞ୍ଚ କରିବା ସିଟ୍ ବେଲ୍ଟ ନବାନ୍ଧି ଗାଡି ଚଳାଇବା , ମଦ୍ୟପାନ କରି ଗାଡି ଚଳାଇବା, ଜୋରିମାନା ଆଦାୟ କରିବା ସହ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବା ସହ ଆଗକୁ ମଧ୍ୟ ଏହି ପ୍ରକ୍ରିୟାଜାରି ରହିବ ।