ଗାଙ୍ଗପୁର ପୋଲିସର ଜୁଆ ଆଡ୍ଡା ଚଢାଉ , ୬ ଗିରଫ
ବେଲକୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ନିକଟରେ ଗାଙ୍ଗପୁର ପୋଲିସ ଲଗାତାର ଭାବେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରି ଟଙ୍କା ଜବତ କରିବାରେ ସକ୍ଷମ ହେଉଅଛି । ତେବେ ଗୁରୁବାର ଅପରାହ୍ନ ୪ଟା ସମୟରେ ଗାଙ୍ଗପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣଙ୍କୁ ଗିରଫ କରିଥିବାବେଳେ ୧୦ହଜାର ୫୬୦ ଟଙ୍କା ଜବତ କରିଛି । ଏନେଇ ଗାଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।