ଗାଙ୍ଗପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

ବେଲଗୁଣ୍ଠା,( ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ବିତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ବ୍ଲକ ପୁର୍ବତନ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଉଦ୍ଘାଟକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସଙ୍କ ସଭପତିତ୍ୱରେ ହୋଇଥିବା ଏହି ଉତ୍ସବରେ ସରପଞ୍ଚ ସୁରେନ୍ଦ୍ର ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ, ଜୋତା ଓ ମୋଜା ପ୍ରଦାନ କରାଯାଇଥିଲା ।କାର୍ୟ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ ଓ ଏନ୍.ଜି.ଓ କର୍ମୀ ଶ୍ୟାମସୁନ୍ଦର ବିଷୋୟୀଙ୍କ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ଆମନ୍ତ୍ରିତ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ୟ୍ୟକ୍ରମ ରେ ସହଯୋଗ କରିଥିଲେ ।ଶେଷରେ ଶିକ୍ଷକ ଶିବରାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ