ଗାଙ୍ଗପୁର ହାଟପଦାରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ବେଲଗୁଣ୍ଠା, ,(ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ହାଟପଦା ସାହିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ମାର୍ଗଶିର ତୃତୀୟ ଏବଂ ଚତୁର୍ଥ ପାଳି ଗୁରୁବାର ଅବସରରେ ଅସ୍ଥାୟୀ ମଣ୍ଡପରେ ମହାଲକ୍ଷ୍ମୀଙ୍କର ପୂଜା ବିଧି ବିଧାନ ସହ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ତତ୍ତ୍ଵାବଧାନ ଏବଂ ପୁରୋହିତ ଉମା ଚରଣ ତ୍ରିପାଠୀ, ପିଣ୍ଟୁ ମିଶ୍ର ଓ ମଧୁସୂଦନ ଷଡଙ୍ଗୀଙ୍କ ପୌରୋହୀତ୍ୟରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ପୂଜା କମିଟି ସଭାପତି ପ୍ରଦୀପ ସାହୁ, ଉପସଭାପତି କିରଣ ପାତ୍ର, ସମ୍ପାଦକ ଚିତ୍ରସେନ ସାହୁ, କୋଷାଧ୍ୟକ୍ଷ ଗୋପାଳ ଗୌଡ଼, ରବିନ୍ଦ୍ର ପାତ୍ର, ଦ୍ଵିତୀକୃଷ୍ଣ ସାହୁ, ମନୋଜ ସାହୁ, ଶଙ୍କର ସ୍ଵାଇଁ ଏବଂ ସୁଶାନ୍ତ ସାହୁଙ୍କ ସମେତ ଗ୍ରାମବାସୀ ମଧ୍ୟ ଯୋଗ ଦେଇ ବିଭିନ୍ନ ପାରମ୍ପରିକ ବାଦ୍ୟ ବାଜଣା ସହ ବିରାଟ ପଟୁଆରରେ ଘଟ ପରିକ୍ରମା କରାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରାଯାଇଥିଲା । ଉକ୍ତ ପୂଜା ମଣ୍ଡପଟି ସ୍ଥାନୀୟ ଅଞ୍ଚଳରେ ଏକମାତ୍ର ହୋଇଥିବାରୁ ପ୍ରତିଦିନ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଗଭୀର ରାତି ପର୍ଯ୍ୟନ୍ତ ଲାଗି ରହୁଛି । ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ , ରଂଗୀନ ଆଲୋକ ମାଳା ସାଙ୍ଗକୁ ପ୍ରତି ସନ୍ଧ୍ୟାର ସଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣ ଜନତାଙ୍କୁ ଅଧିକ ଆକୃଷ୍ଟ କରିପାରୁଛି । ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ପରିଚାଳନା କମିଟି ଏବଂ ସ୍ଥାନୀୟ ପୋଲିସ୍ ସଜାଗ ଅଛନ୍ତି ।