ଗାଡ଼ି ଚାଳକଙ୍କ ମହାନତା ହଜିଥିବା ପର୍ସ ଫେରି ପାଇଲେ ଶିକ୍ଷକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀ ଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ରାସ୍ତାରୁ ମିଳିଥିବା ଏକ ମନିପର୍ସରେ ଟଙ୍କା ଥିଲେ ମଧ୍ୟ ସେ ସେଥିପ୍ରତି ଲୋଭ ନକରି ମନିପର୍ସ ଟି ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଫେରାଇ ଦେଇ ସାଧାରଣରେ ପ୍ରଶଂସା ସାଉଁଟିଛନ୍ତି।ବ୍ରହ୍ମପୁର ଗୋବିନ୍ଦ ବିହାର – ୭ ରେ ରହୁଥିବା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଚଷାନିମଖଣ୍ଡି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।ଗତ ସୋମବାର ଅସାବଧାନତା କାରଣରୁ ତାଙ୍କ ମନିପର୍ସଟି କେଉଁଠି ପଡିଯାଇଥିଲା ।ବହୁ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲା। ଗାଡ଼ି ଚାଳକ ପିଙ୍କୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରାସ୍ତାରୁ ମନିପର୍ସଟି ପାଇଥିଲେ । ସେଥିରେ ତାଙ୍କ ଟଙ୍କା ଥିବା ସହ ୨ ଟି ଏଟିଏମ୍ କାର୍ଡ , ଡ୍ରାଇଭିଂ ଲାଇସେନ୍ସ, ବାଇକ କାଗଜପତ୍ର , ଆଧାର କାର୍ଡ,ଭୋଟ କାର୍ଡ ଏବଂ ପାନ କାର୍ଡ ଭଳି ବହୁ ମୂଲ୍ୟବାନ କାଗଜପତ୍ର ରହିଥିଲା । ଏନେଇ ପିଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କ ସହଯୋଗ ଲୋଡିଥିଲେ । ପରେ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଙ୍କ ସହ ଯୋଗାଯୋଗ କରାଯିବାରୁ ଶିକ୍ଷକ ଜଣକ ବ୍ରହ୍ମପୁରରେ ରହୁଥିବା ଖବର ପାଇଥିଲେ । ମଙ୍ଗଳବାର ସକାଳୁ ପିଙ୍କୁ ଶିକ୍ଷକଙ୍କ ମୋବାଇଲ ଫୋନ୍ ରେ କଥା ହୋଇ ତାଙ୍କ ବାସଭବନ ରେ ପହଞ୍ଚି ମିଳିଥିବା ମନିପର୍ସଟି ତାଙ୍କୁ ଫେରାଇ ଦେଇଥିଲେ । ମନିପର୍ସ ହଜିବା ପରେ ମାନସିକ ଚାପରେ ଥିବା ଶିକ୍ଷକ ଜଣକ ଗାଡ଼ି ଚାଳକ ଙ୍କ ଏଭଳି ମହାନତା ଯୋଗୁଁ ଖୁସି ହେବା ସହ ଧନ୍ୟବାଦ ଜଣାଇଥିଲେ । ପିଙ୍କୁ ଙ୍କ ଏଭଳି କାର୍ଯ୍ୟକୁ ଦିଗପହଣ୍ଡି ଅଞ୍ଚଳବାସୀ ପ୍ରଶଂସା କରିଥିବା ଜଣାପଡିଛି.


