ଗାଡି ଯାଞ୍ଚ ପ୍ରକ୍ରିୟାରେ କୋହଳ , ବଢିଲା ୩ ମାସର ଅବଧି

ଭୁୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ପୁଣି ବଦଳିଲା ଆରଟିଓ ନିୟମ । ଡିସେମ୍ବର ପହିଲାରୁ ଲାଗୁ ହେବାକୁ ଥିବା ମୋଟର ଯାନ ଆଇନ ୨୦୧୯ ପାଇଁ ଯେଉଁ ଡେଡଲାଇନ ଘୋଷଣା କରିଥିଲେ ରାଜ୍ୟ ସରକାର ତାକୁ ଏବେ ପରିବର୍ତ୍ତନ କରିଛନ୍ତି । ଏହାକୁ ଆଉ ୩ ମାସ ବଢାଯାଇଛି ବୋଲି ଗୁରୁବାର ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୁଚନା ଦେଇଛନ୍ତି । ସଂସଦୀତ କୋହଳୀୟ. ବ୍ୟବସ୍ଥା ଡିସେମ୍ବର ୧ରୁ ତିନିମାସ ପର୍ପ୍ୟନ୍ତ କୋହଳ କରାଯିବ । କିନ୍ତୁ ମନ୍ତ୍ରୀ ବିଧାନସଭାରେ କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଭଳି କେତେକ କାଗଜପତ୍ର ଯାଂଚ ହେବ ନାହିଁ । ତେବେ ମଦ ପିଇ ଗାଡ଼ି ଚାଳନା, ଦ୍ରୁତବେଗରେ ଗାଡ଼ି ଚାଳନା, ବାଇକରେ ୩ ଜଣ ବସି ଯା’ଆସ କରିବା, ଓଭର ଲୋଡ଼ିଂ, ନାଲୀ ବତୀକୁ ଅବମାନନା, ହେଲମେଟ ଓ ସିଟ ବେଲଟ ଆଦି ଯାଂଚ କରାଯିବ । ଅପରପକ୍ଷରେ ପରିବହନ ବିଭାଗ ପକ୍ଷରୁ ଅଧିକ ସଂଖ୍ୟକ କେନ୍ଦ୍ର ଓ କାଉଂଟର ଖୋଲାଯାଇଛି । ନିୟମିତ କାର‌୍ୟ୍ୟ ସମୟ ଠାରୁ ଅଧିକ ସମୟ ଅଫିସ ମଧ୍ୟ ଖୋଲା ରହୁଛି । ଛୁଟିଦିନରେ ବି ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଗତ ତିନି ମାସ ମଧ୍ୟରେ ଲର୍ଣ୍ଣର ଲାଇସେନ୍ସ ନିମନ୍ତେ ୯.୫ ଲକ୍ଷ ଲୋକ ଆବେଦନ କରିଥିବାବେଳେ ଇତିମଧ୍ୟରେ ୫.୪୫ ଲକ୍ଷ ଲୋକଙ୍କୁ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଛି । ଯେତେବେଳେକି ୨୦୧୮ରେ ମାତ୍ର ୩.୪୮ ଲକ୍ଷ ଲୋକଙ୍କୁ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିଲା । ଏହାଛଡ଼ା ଗତ ତିନି ମାସ ମଧ୍ୟରେ ୧ ଲକ୍ଷ ଡିଏଲ ମଧ୍ୟ ପ୍ରଦାନ କରାଯାଇଛି । ତଥାପିବି ଆରଟିଓ ଅଫିସରେ ବହୁ ଭିଡ଼ ଲାଗିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ