ଗାଡି ସହ ତିନି କୁଇଣ୍ଟାଲରୁ ଉର୍ଦ୍ଧ୍ବ ଭାଙ୍ଗ ଜବତ, ଦୁଇ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା, ବାଲିପଦର ପୋଲିସ ଫାଣ୍ଡି ଓଆଇସି ନିରଞ୍ଜନ ଦାଶଙ୍କ ନେତୃତ୍ୱରେ ବାଲିପଦର ପୋଲିସ ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ଓଆର ୧୩ ଏଚ ୪୩୮୬ ଅଟୋରେ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ କଳମ୍ବ ଛକରେ ଚଢ଼ାଉ କରି ଭାଙ୍ଗ ସହ ଗାଡିକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତି। ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ଦାଶ ଓ ପୋଲିସ ବାହିନୀ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁ ଥିବା ବେଳେ ବାଲିପଦର ନିକଟସ୍ଥ କଲମ୍ଵ ଛକରେ ପୋଲିସ ଗାଡିକୁ ଦେଖି ରାସ୍ତା ବଦଳେଇ ଭାଙ୍ଗ ବୋଝେଇ ହୋଇଥିବା ଅଟୋଟି ଚାଲି ଯାଉଥିବା ବେଳେ ସେହି ଅଟୋର ପିଛା କରି ଅଟକାଇଥିଲେ। ତନଖି ବେଳେ ସେହି ଅଟୋରେ ବୋଝେଇ ହୋଇଥିବା ୩ କୁଇଣ୍ଟାଲ ୭୦ କିଲୋ ଭାଙ୍ଗ ସହ ଅଟୋକୁ ଜବତ କରିବା ସହ ଓଡ଼ଗାଁ ଥାନା ଅନ୍ତର୍ଗତ ଦୁଇ ଭାଙ୍ଗ ମାଫିଆ କବି ପାତ୍ର ଓ କେଶବ ପାତ୍ରଙ୍କୁ ଗିରଫ କରିଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୩୬୮/୨୦ ଧାରା ୫୨ଏ ଓ ୫୩(୧) ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ