ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଚାଲିଗଲା ସ୍କୁଲ ଛାତ୍ରଙ୍କ ଜୀବନ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ନଦୀରେ ବୁଡି ସ୍କୁଲ ଛାତ୍ରର ମୃତ୍ୟୁ। ଯାଜପୁର ସଦର ଥାନା ଅନ୍ତର୍ଗତ ମଇଦପୁର ଗାଁ ବୁଢା ନଦୀରେ ବୁଡି ଯିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ଗୋବିନ୍ଦ ବେହେରାଙ୍କ ପୁଅ ସୁରଞ୍ଜନ। ସେ ସର୍ବମଙ୍ଗଳା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର। ସେ ଆଜି ଗାଧେଇବା ପାଇଁ ନଦୀକୁ ଯାଇଥିଲେ।ସେଠାରେ ତାଙ୍କର ଗୋଡ଼ ଖସିଯିବା କାରଣରୁ ସେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଖୋଜାଖୋଜି କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।