ଗାଧୋଇବାବେଳେ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟ,ମାମଲା ରୁଜୁ ଓ ଶବ ବ୍ୟବଛେଦ ହେଲା ନାହିଁ

ଯୋଡ଼ା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡ଼ା ସହରର ସୁନାନଦୀକୁ ଗାଧୋଇବାବେଳେ ଯାଇଥିବାବେଳେ ଝୁମ୍ପୁଡ଼ି ହଟିଂର ଜାକିର ହୂସେନ ନାମକ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ଜାକିର ହୁସେନ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୨ଟାବେଳେ ନିକଟସ୍ଥ ସୁନା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।କୌଣସି କାରଣରୁ ସେ ପାଣିରେ ବୁଡ଼ିଭାସିଯାଇ ଯୋଡ଼ା ମାର୍କେଟ ପୋଲ ନିକଟରେ ଲାଗିଥିଲା । ।ଲୋକେ ଭାସୁଥିବା ଅବସ୍ଥାରେ ଦେଖି ଯୋଡ଼ା ପୋଲିସକୁ ଜଣାଇଥିଲେ ।ପୋଲିସର ଉପସ୍ଥିିତିରେ ପାଣିରୁ ଉଠାଇ ଟାଟାଷ୍ଟିଲ ଡ଼ାକ୍ତରଖାନାକୁ ନିଆଯାଇଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ଯୋଡ଼ା ପୋଲିସ କୌଣସି ମାମଲା ରୁଜୁ ନ କରି ବିନା ଶବ ବ୍ୟବଛେ୍‌ଦରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଏ ସଂପର୍କରେ ଯୋଡ଼ା ଥାନା ସବଇନ୍ସପେକ୍ଟର ସୁନୀଲ କୁମାର ସୋରେନ ସୂଚନା ଦେଇ କହିଛନ୍ତି ଯେ, ଯୁବକ ଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ରିପୋର୍ଟ ହେଲେ ମାମଲା ରୁଜୁ କରାଯିବ ।ମାମଲା ରୁଜୁ ନ କରି ଶବ ବ୍ୟବଛେଦ ନ କରିବା ସାଧାରଣରେ ପୋଲିସର ଭୁମିକାକୁ ସନ୍ଦେହ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ