ଗାଧୋଇ ଯାଇଥିବା ବେଳେ ମୃତ୍ୟୁ ନଦୀରୁ ଯୁବକର ମୃତ ଦେହ ଉଦ୍ଧାର
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଇକିଆ ଗର୍ଜନୀ ନଦୀରୁ ଜଣେ ଯୁବକର ମୃତ ଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହି ର ଦିନେଶ ନାୟକ (୨୮) । ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣ ଖସି ଯାଇ ପାଣିରେ ପଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ କୌଣସି ଲୋକ ନଥିବାରୁ ତୁରନ୍ତ ତାଙ୍କୁ କେହିବି ଉଧାର କରି ପାରିନଥିଲେ । ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।