ଗାନ୍ଧିଜୀଙ୍କ ଦର୍ଶନ ସାରା ବିଶ୍ୱକୁ ପ୍ରଭାବିତ କରିଛି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ):ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡିଶ ପକ୍ଷରୁ ଆୟୋଜିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସଂଯୋଜକ ବିମଲ କୁମାର ରଣା ଓ ବିଦ୍ୟାଳୟର ସଭାପତି ମନମୋହନ ମହାନ୍ତଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ରାଧାଶ୍ୟାମ ଖିଲାର, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ଐସୂର୍ୟା ଲକ୍ଷ୍ମୀ ତ୍ରିପାଠୀ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ, ମାନବିକ ମୂଲ୍ୟବୋଧ, ନୈତିକତା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ବଣ୍ଟନ କରାଯାଇଥିଲା. କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ପ୍ରତାପ କୁମାର ସାହୁ, କବିତା ପୃଷ୍ଟି, ସାମ୍ବାଦିକ ପ୍ରିୟବ୍ରତ ବାରିକ, ସମାଜସେବୀ ନାରାୟଣ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଛବିଳ ପରିଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ