ଗାନ୍ଧି ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଗାନ୍ଧୀ ଜୟନ୍ତୀ ଅବସରରେ ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି । ପରିଷଦର ସ୍ଥାୟୀ ସଭାପତି ଶିକ୍ଷାବିତ ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ତଥା ପରିଷଦର ଉପଦେଷ୍ଟା ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୯୩୪ମସିହାରେ ମହାତ୍ମା ଗାନ୍ଧି ଏହି ଗରାପୁର ଡାକବଙ୍ଗଳାରେ ରହିଥିବା ସ୍ଥାନକୁ ଗାନ୍ଧୀ ସ୍ମୃତିପୀଠ ଭାବେ ଘୋଷଣା କରିଥିଲେ । ସେହି ସ୍ମୃତିପୀଠରେ ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସମେତ ତାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ, ଗାନ୍ଧୀଙ୍କ ବ୍ୟବହୃତ ଦ୍ରବ୍ୟ ଓ ଖଦୀକେନ୍ଦ୍ର ପ୍ରଭୃତି ସ୍ଥାନ ପାଇବ । ଆଗାମୀ ପିଢୀର ଯୁବକ ଓ ଯୁବତୀମାନେ ଗାନ୍ଧୀଙ୍କ ସମ୍ପର୍କରେ ଜାଣିବା ଓ ଗବେଷଣା କରିବା ନିମନ୍ତେ ସମସ୍ତ ତଥ୍ୟ ସମ୍ବଳିତ ଏକ ଗବେଷଣା କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିବ ଓ ସେମାନଙ୍କୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଯୋଗାଇବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁଦାନ ଖୁବଶୀଘ୍ର ମଞ୍ଜୁର କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ଏତଦବ୍ୟତିତ ସହରର ତିନିମୁହାଣି ଠାରେ ଗାନ୍ଧୀଙ୍କ ଏକ ସ୍ମାରକୀ ସ୍ମତିପୀଠ ମଧ୍ୟ ନିର୍ମାଣ କରାଯିବ ଏବଂ ଧୂମାତ ଗ୍ରାମରେ ଗାନ୍ଧିଜୀଙ୍କ ଏକ ସ୍ମୃତିପୀଠ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଛି ବୋଲି ବିଧାୟକ କହିଥିଲେ । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର କେନ୍ଦ୍ରାପଡା ବ୍ଲକ ସମେତ ୩୯ଟି ପଞ୍ଚାୟତରେ ସୋଲାର ସିଷ୍ଟମ ଆଲୋକିକରଣ ବ୍ୟବସ୍ଥା ଖୁବଶୀଘ୍ର କରାଯିବ । ଫଳରେ ଗ୍ରାମାଞ୍ଚଳର ଲୋକମାନେ ଜରୁରୀ ଆବଶ୍ୟକତା ସମୟରେ ଆଲୋକିକରଣ ସୁବିଧା ପାଇପାରିବେ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦ କିଶୋର ପରିଡା ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡଃ. ବାସୁଦେବ ଦାସ ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସାର ବାଣୀ ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଓ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଏବଂ ସ୍ମୃତି ପରିଷଦ ସଂଯୋଜକ ଡଃ. ଗଦାଧର ମଲ୍ଲିକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଜର ଭରତ ଚନ୍ଦ୍ର ଜେନା, ନାରୀନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ପ୍ରାକ୍ତନ ପୋରାଧ୍ୟକ୍ଷା ରୋସ୍ôନା ସାହୁ, ଧିରେନ ସାହୁ, ସୁମିତ୍ରା ପାଢୀ, ଅବନ୍ତୀ ବେହେରା, ରାଜ୍ୟ ଓଷ୍ଟା ଶିକ୍ଷକ ସଙ୍ଘ ନେତା ପ୍ରଣବ କୁମାର ଜେନା, ଦଳିତ ନେତା ଦଶରଥ ମଳିକ, ପ୍ରଫେସର ଅଜୟ ସାମଲ, ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, ହେମନ୍ତ ଜେନା, ପରିବେଶବିତ କାଶିନାଥ ରାଉତରାୟ, ସଞ୍ଜୟ ଜେନା, ଦେବଦାସ ମହାନ୍ତି, ରବୀନ୍ଦ୍ର ପରିଡା, ନାରାୟଣ ବିଶ୍ୱାଳ, ନରେନ୍ଦ୍ର ଧଳ, ବାସୁଦେବ ଜେନା, ଆଲୋକ ସାହୁ, ଦୁଷ୍ମନ୍ତ ମଳିକ, ଗାୟତ୍ରୀ ମହାନ୍ତି, ସ୍ନେହଲତା ପ୍ରଧାନ, ପ୍ରିୟଦର୍ଶିନୀ ତରାଇ, ମହେନ୍ଦ୍ର ମିଶ୍ର, ରତିକାନ୍ତ ସାହାଣି, ଅକମଲ ଅଲ୍ଲୀ, ଶକ୍ତିକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍ମୃତି ପରିଷଦର ଆବାହକ ଯୁବନେତା ରାଜେଶ ପଣ୍ଡା ଅତିଥି ପରିଚୟ ସହ ଉତ୍ସବର ଆଭିମୁଖ୍ୟ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ