“ଗାନ୍ଧି ବିଚାରଧାରାର ପ୍ରାସଙ୍ଗିକତା” ସମ୍ପର୍କିତ ରାଜ୍ୟସ୍ତରୀୟ ୱେବିନାର କାର୍ଯ୍ୟକ୍ରମ

ଗଞ୍ଜାମ,(ୱାଇଏନ୍ଏସ୍): ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ‘ବର୍ତ୍ତମାନ ସମୟରେ ଗାନ୍ଧି ବିଚାରାଧାରର ପ୍ରାସଙ୍ଗିକତା’ ଉପରେ ଏକ ରାଜ୍ୟସ୍ତରୀୟ ୱେବିନାର ଭବାନୀ ପଟ୍ଟନାୟକ ମେମୋରିଆଲ ଭୁବନେଶ୍ୱର, ୟୁଥ ଫର ଭିଲେଜ ତାରିଣୀ ପଲ୍ଲୀ ଓ ଦିଗଦର୍ଶନ ୟୁଥ କ୍ଲବ, ଗଂଜାମ ମିଳିତ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ବିଶିଷ୍ଠ ଗାନ୍ଧିବାଦୀ, ସ୍ତମ୍ଭକାର ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ମୁଖ୍ୟବକ୍ତା ଭାବେ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଙ୍କ ବିଚାର ଏବଂ ଓଡିଶା ସହ ଗାନ୍ଧିଙ୍କ ସମ୍ପର୍କ ଓ ସ୍ୱପ୍ନ ଉପରେ ବର୍ଣ୍ଣନା କରିବା ସହ ବର୍ତ୍ତମାନ ଚାଲିଥିବା କୁସାସନ ବ୍ୟବସ୍ଥା ଓ ଦୁର୍ବଳ ଅର୍ଥନୀତି ଉପରେ ବକ୍ତବ୍ୟ ରଖିଥିଲେ । ହରପ୍ରସାଦ ମହାପାତ୍ର ରାମଧୁନ ଗାନ କରି ୱେବିନାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିକ୍ରମ କେଶରୀ ନାୟକ, ଶ୍ରୀସୋମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ଼ି ଦେବହରି ରେଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରରେ ଗଂଜାମ ପ୍ରେସ କ୍ଲବ ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ଉପଦେଷ୍ଟା ଶ୍ରୀ ଉମାକାନ୍ତ ବେହେରା, ଯାଜପୁରରୁ ସତ୍ୟରଞ୍ଜନ କର, ରତ୍ନାକର ମହାନ୍ତି,ମନସ୍ୱିନୀ ପରିଡା, ଆଶାଏଁ ଅନୁଷ୍ଠାନର ରତ୍ନାକର ସାହୁ, ଦିଗଦର୍ଶନ ୟୁଥ କ୍ଲବର ବିଜୟଲକ୍ଷ୍ମୀ ମହାଙ୍କଡ଼, ୟୁଥ ଫର ଭିଲେଜର ଦୀପକ, ମୋଚିରାମ, ରବୀନ୍ଦ୍ର ସେଠୀ, ରବୀନ୍ଦ୍ର ଗୌଡ, କୈଳାସ, ଜି ଗଙ୍ଗା, ୟୁ ଅନିତା, ନୀଳାଚଳ, ପିନ୍ଟୁ, ଚୈତନ୍ୟ, ପୂର୍ଣ୍ଣଚନ୍ଦ୍ର,ମାଗୁଣି,ସୁଶାନ୍ତ,ପ୍ରକାଶ ଦାସ, ଜି ଗୌରୀ,କେନ୍ଦ୍ରାପଡ଼ାରୁ ପ୍ରଣତି ସାହୁ, ଡ଼ି ଆରେୟା ପ୍ରଧାନ, ଚିନ୍ମୟ ପଣ୍ଡା, ରାକେଶ ନାୟକ, ମୟୁରଭଞ୍ଜ ପୁଷ୍ପାଞ୍ଜଳି ମାଝୀ, କିଶୋର ସାହୁ, ସୁନିତା ପରିଛା, କୃଷ୍ଣା ଜେନା, ସଞ୍ଜୟ ପରିଡା, ଡ଼ି ପଦ୍ମ ପ୍ରଧାନ, ଭୁବନେଶ୍ୱରୀ ମିଶ୍ର ଓ ବିଭିନ୍ନ ଜିଲ୍ଲାର ଅନେକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ପ୍ରତି ମାସରେ ଏହିଭଳି ୱେବିନାର କାର୍ଯ୍ୟକ୍ରମ କରି ଗାନ୍ଧୀ ବିଚାର ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ