ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ବାଲେଶ୍ୱରରେ ଯୁବ ତାଲିମ ଶିବିର ପାଇଁ ପ୍ରସ୍ତାବ

ବାଲେଶ୍ୱର, (ସରୋଜ ପଣ୍ଡା):ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଆବାହକ ମଣ୍ଡଳୀ ଓ ସହଯୋଗୀ ସଦସ୍ୟ, ସଦସ୍ୟାମାନଙ୍କର ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗତ ପବିତ୍ର ଗାନ୍ଧି ଜୟନ୍ତୀ ଦିନ ବିଦ୍ୟାଳୟସ୍ତରରେ ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ କୁଇଜ୍ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ଓ ସେମାନଙ୍କ ଶିକ୍ଷାନୁଷ୍ଠାନର ସହଯୋଗ ପାଇଁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା । ବରିଷ୍ଠ ଆବାହକ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଆବାହକ ଜିତେନ୍ଦ୍ର ଉପାଧ୍ୟାୟ ବିବରଣୀ ପାଠ କରିଥିଲେ । ମହମ୍ମଦ ଇସଲାମ ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିବା ପରେ ତାହା ଅନୁମୋଦନ କରାଯାଇଥିଲା । ଜିଲ୍ଲାସ୍ତରରେ ସଂଗଠନର ସଦସ୍ୟତା ବୃଦ୍ଧି ଓ ଗାନ୍ଧିଜୀଙ୍କ ବିଚାରଧାରାର ପ୍ରଚାର, ପ୍ରସାଦ ସଂପର୍କରେ ବରିଷ୍ଠ ଆଇନଜୀବୀ ଶରତ ମହାପାତ୍ର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଓ କବିତା ଦାସ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀଯୁକ୍ତ ପୁରୁଷୋତ୍ତମ କମିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାନ୍ଧିଜୀଙ୍କ ଆଦର୍ଶକୁ ଆଧାର କରି ଶ୍ରୀ କମିଳାଙ୍କ ଲିଖିତ ପୁସ୍ତକ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟ କମିଟି ସହଯୋଗରେ ଉତ୍ତର ଓଡ଼ିଶାର ଯୁବକ ଓ ଯୁବତୀମାନଙ୍କୁ ନେଇ ଏକ ୫ ଦିନିଆ ତାଲିମ ଶିବିର ବାଲେଶ୍ୱରରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ