“ଗାନ୍ଧି ହତ୍ୟାର ଅକୁହା କଥା” ପୁସ୍ତକ ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଗାନ୍ଦିଜୀ ଥିଲେ ଦୁନିଆର ସବୁଠୁ ଶକ୍ତିଶାଳୀ ମଣିଷ । ତତୋଧିକ ଶକ୍ତିଶାଳୀ ଥିଲା ତାଙ୍କ ପ୍ରଦର୍ଶିତ ପଥ ଅହିଂସା । ସ୍ୱାଧୀନତାର ୬ମାସ ମଧ୍ୟରେ ମୈାଳବାଦୀମାନେ ଗାନ୍ଦିଜୀଙ୍କୁ ହତ୍ୟା କରିବାରେ ସଫଳକାମ ହେବାପରେ ସେହିଦିନ ଠାରୁ ତାଙ୍କ ଆଦର୍ଶକୁ ହତ୍ୟା କରିବା ପାଇଁ ଧାରାବାହିକ ଭାବେ ଆକ୍ରମଣ ଚଳାଇ ଆସିଛନ୍ତି । ପରିତାପର ବିଷୟ ଗତ କିଛି ବର୍ଷ ଧରି ଏହି ଆକ୍ରମଣ ଅଧିକ ସଂଗଠିତ ଓ ଯୋଜନାବଦ୍ଧ ଭାବେ ପରିଚାଳିତ ହେଉଛି । ଏହା ବିରୋଧରେ ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ମୂଲ୍ୟବୋଧ ଉପରେ ଆସ୍ତା ରଖୁଥିବା ସମସ୍ତ ବୁଦ୍ଧିଜୀବି ଓ ସମାଜ ସଚେତନ ମଣିଷମାନେ ସଂକଳ୍ପବଦ୍ଧ ଭାବେ ଆଗେଇ ଆସିବା ଦରକାର ଏବଂ ଗାନ୍ଧିଜୀଙ୍କ ପ୍ରଦର୍ଶିତ ପଥରେ ଗାନ୍ଧି ନୀତିର ପ୍ରଚାର କରିବା ଆବଶୟକ ବୋଲି “ଗାନ୍ଧି ହତ୍ୟାର ଅକୁହା କଥା” ଶୀର୍ଷକ ପୁସ୍ତକ ଲୋକର୍ପଣ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଆମେରିକୀୟ ଲେଖକ ଜେମସ୍ ଡବ୍ଲ୍ୟୁ. ଡଗଲାସଙ୍କ ଦ୍ୱାରା ରଚିତ ଏବଂ ପ୍ରାଧ୍ୟାପକ ପ୍ରିତିଶ ଆଚାର୍ଯ୍ୟଙ୍କ ଅନୁଦିତ ଏହି ବହୁ ଚର୍ଚ୍ଚିତ ପୁସ୍ତକ ଟିକୁ ଉତ୍କଳ ଗାନ୍ଧୀ ସ୍ମାରକନିଧି ସଭାପତି କୃଷ୍ଣା ମହାନ୍ତି ଲୋକାର୍ପଣ କରିଥିବା ବେଳେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଭାପତି ନ୍ୟାୟାଧିଶ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ,ପ୍ରାଧ୍ୟାପକ ଆଚାର୍ଯ୍ୟ ମୁଖ୍ୟବକ୍ତା, ବିଶିଷ୍ଟ ଗାନ୍ଧିବାଦୀ ପ୍ରବକ୍ତା ଡଃ. ବିଶ୍ୱଜିତ ଓ ଗାନ୍ଧିବାଦୀ ଯୁବକର୍ମୀ ମାନସ ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣ ଦାଶ ପୁସ୍ତକ ସମୀକ୍ଷା, ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଗୟାଧର ଧଳ ଅତିଥି ପରିଚୟ ଓ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଭଜକୃଷ୍ଣ ରାଉତ, ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଆଶିଷ ସେନାପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ବିଶ୍ୱ ପ୍ରକାଶ କାନୁନଗୋ, ଈଶ୍ୱର ସାହୁ, ପ୍ରାଧ୍ୟାପକ ତପନ କୁମାର ପତି, ଶୁଭାଂଶୁ ଦାସ, ରମଣୀରଞ୍ଜନ ରାଉତରାୟ, ପ୍ରଦୀପ ଦାଶ, ବାବାଜୀ ଧଳ, ସଞ୍ଜୟ ଜେନା, ମନ୍ମଥନାଥ ବରାଳ, ରବୀନ୍ଦ୍ର ପ୍ରସାଦ ଜେନା, ଧରଣୀଧର ସୁଆର, ଗୋପାଳକୃଷ୍ଣ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଉତ୍କଳ ଗାନ୍ଧି ସ୍ମାରକିନିଧି ଆନୁକୁଲ୍ୟରେ ଗାନ୍ଧି ପୁସ୍ତକ ପ୍ରଦର୍ଶନୀ ସଂଗଠିତ କରାଯାଇଥିଲା ଏବଂ ଅତିଥିମାନଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରଚନାବଳୀ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ