ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ୧୦୦ ତମ ବାର୍ଷିକୀ ଅବସରେ
ବ୍ରହ୍ମପୁର, (କେ. ଅନିଲ କୁମାର) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ୧୦୦ ତମ ବାର୍ଷିକୀ ଅବସରେ । ଏହି ପବିତ୍ର ଦିବସକୁ ଆର୍ଯ୍ୟଭଟ୍ଟ ଫାଉଣ୍ତେସନ ଓ ଫୋରମ ଫର ଗଂଜାମ ଦ୍ବାରାଏକ ସପ୍ତାହ ବ୍ୟାପୀ ପାଳନ କରାଯାଇଥିଲା । ଏହି ଅବସରରେ ୨୩ ତାରିଖ ଠାରୁ ପ୍ରତିଦିନ ସ୍ବେଚ୍ଛାସେବୀମାନେ ସାହିକୁ ସାହି ବୁଲି ଗାନ୍ଧୀଙ୍କ ପ୍ରୀୟ ଭଜନ ବୈଷ୍ଣବ ଜନତୋ.. ସଂଗୀତ ଗାନ କରିବା ସହ ଗାନ୍ଧୀଙ୍କ ବାର୍ତ୍ତା ପ୍ରଚ଼ାର କରି ଆସୁଥିଲେ ଏବଂ ଲୋକଙ୍କୁ ହିଂସା ଓ ନିଶାରୁ ଦୂରେଇ ରହିବା, ସାଂପ୍ରଦାୟୀକ ସଦ୍ଭାବ ବଜାୟ ରଖିବା, ସାର୍ବଜନୀନ ବିଜ୍ଞାନ ଭିତ୍ତିକ ଶିକ୍ଷା ଗ୍ରହଣ କରିବା, ସ୍ବଚ୍ଛତା ରକ୍ଷା କରିବା ବିଶେଷ କରି ପରିବେଶକୁ ରକ୍ଷା କରି ଜଳ, ଭୂମି ଓ ଆକାଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ନିବେଦନ କରିଥିଲେ। ତୃତୀୟ ଦିବସରେ ଓ ଚତୁର୍ଥ ଦିବସରେ ବିଶିଷ୍ଟ ଗାନ୍ଧୀବାଦୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇଥିଲା ବେଳେ ଷଷ୍ଠ ଓ ସପ୍ତମ ଦିବସରେ ବିଶିଷ୍ଟ ଗାନ୍ଧୀ ପ୍ରବକ୍ତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ସଚ଼ିବ ସତ୍ୟନାରାୟଣ ସାହୁ ଯୋଗ ଦେଇଥିଲେ । ତୃତୀୟ ଦିବସରେ “ଗାନ୍ଧୀ ଓ ପରିବେଶ” ଆଲୋଚ଼ନା ଚ଼କ୍ରରେ ଦୂରଦ୍ରଷ୍ଟା ଗାନ୍ଧୀଙ୍କ ଦ୍ବାରା ପ୍ରାୟ ୧୦୦ ବର୍ଷ ତଳେ ଦିଆଯାଇଥିବା ପରିବେଶ ଭିତ୍ତିକ ଭବିଷ୍ୟତବାଣୀ ସତହୋଇ ମାନବ ସମାଜର ସ୍ଥିତି ପ୍ରତି ବିପଦ ସୃଷ୍ଟିକରିଛି। ଏହାର ପୁଙ୍ଖାନୁପୁଙ୍ଖ ଆଲୋଚ଼ନା ପ୍ରଫୁଲ୍ଲ ସାମନ୍ତରା କରିଥିଲେ । ପଞ୍ଚମ ଦିବସରେ “ଗାନ୍ଧୀ ଓ ନାରୀ ସଶକ୍ତୀ କରଣ” ଆଲୋଚ଼ନା ହୋଇଥିଲା । ଏହି ଆଲୋଚ଼ନା ଚ଼କ୍ରରେ ମୂଖ୍ୟ ବକ୍ତା ସାହୁ ଯୋଗ ଦେଇ ଉକ୍ତ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚ଼ନା ସହ ଶ୍ରୋତା ମାନଙ୍କର ସମସ୍ତ ଉତ୍ତର ଦେଇଥିଲେ । ଷଷ୍ଠ ଦିବସରେ ଏକ ବିଶାଳ ପଦଯାତ୍ରା କମାପଲ୍ଲୀ ଠାରୁ ଗାନ୍ଧୀନଗର ବାପୁଙ୍କ ପ୍ରତିମୂର୍ତ୍ତି ଯାଏଁ ଆୟୋଜିତ ହୋଇଥିଲା । ଜାତିର ଜନକଙ୍କ ଠାରେ ମାଲ୍ୟାର୍ପଣ ପରେ ରାଳବ ସଂକଳ୍ପ ସ୍କୁଲ ଠାରେ ଏକ ସାଧାରଣ ସଭା ହୋଇଥିଲା । ଏଥିରେ ପାରଳା ମହାରାଜା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଡ. ରଂଜନ ସ୍ବାଇଁ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲା ବେଳେ ଡ. ସତ୍ୟନାରାୟଣ ସାହୁ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଜିର ଯୁଗରେ ଗାନ୍ଧୀଙ୍କ ପ୍ରାସଙ୍ଗୀକତା ଉପରେ ଆଲୋଚ଼ନା କରିଥିଲେ। ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଚ଼େୟାରମ୍ୟାନ୍ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍କୁଲ୍ ଏବଂ କଲେଜ ପିଲାମାନଙ୍କ ମଧ୍ୟରେ ଆୟୋଜିତ ଗାନ୍ଧୀଙ୍କ ଜୀବନଦର୍ଶନ ଭିତ୍ତିକ କୁଇଜ୍ ଓ ଗାନ୍ଧୀଙ୍କ ପ୍ରୀୟ ଭଜନ ବୈଷ୍ଣବ ଜନତୋ. ପ୍ରତିଯୋଗୀତାରେ ସଫଳ ଛାତ୍ରଙ୍କୁ ପୁରଷ୍କୃଚ କରାଯାଇଥିଲା । ଏହି ସଭାରେ ଫୋରମ୍ ଫର ଗଂଜାମର ଆବାହକ ଇ. ତେଜେଶ୍ବର ରାଓ ସ୍ବାଗତ ସଂଭାଷଣ ଦେଇଥିଲେ ଓ ବରିଷ୍ଠ ଶିକ୍ଷାବିତ୍ ତଥା ଫୋରମ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼େଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ୨୯ ତାରିଖ ସପ୍ତମ ଦିବସରେ ଯେଉଁ ଦିନ ଗାନ୍ଧୀଜୀ ବ୍ରହ୍ମପୁରରେ ପଦାର୍ପଣ କରିଥିଲେ ଏକ ପଦଯାତ୍ରା ରେଳଷ୍ଟେସନ୍ଠାରୁ ଗାନ୍ଧୀନଗରସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିଯାଏଁ ଆୟୋଜନ ହୋଇ ପ୍ରଭାତ ଫେରୀକରାଯାଇଥିଲା ଏବଂ ପରେ ସ୍ବେଚ୍ଛାସେବୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିନିକଟରେ ଉପବାସ କରି ପ୍ରାଥନା କରିବସିଥିଲେ ଓ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଶ୍ୱକୁ ନିଶାମୁକ୍ତ, ହିଂସାମୂକ୍ତ କରି ପରିବେଶକୁ ରକ୍ଷାକରିବା ସହ ବିଶ୍ୱକୁଧ୍ବଂସମୁଖରୁ ରକ୍ଷାକରିବାପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକର୍ମରେ ଆର୍ୟ୍ୟଭଟ୍ଟ ଅନୁଷ୍ଠାନର ଚ଼େୟାରମ୍ୟାନ ସୁଧୀର କୁମରା ରାଉତ, ଇ.ଟି. ରାଓ, ବରିଷ୍ଠ ଶିକ୍ଷାବିତ ସାୟଂମ ସୁନ୍ଦର ଖାଡ଼େଙ୍ଗା, ସ୍ବରାଜ୍ୟ ସୁବୁଦ୍ଧି, ଲୋକନାଥ ପରିଡ଼ା, ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସୁଦାମ ମହାନ୍ତି, ସ୍ବେଚ୍ଛାସେବୀ ସୁଶାନ୍ତ ମହାନ୍ତି, ଶୁଭେନ୍ଦୁ ଶେଖର ପାତ୍ର, ମାଧବ ନାୟକ, ମନମୋହନ ପାଢ଼ୀ, ସୁକାନ୍ତ ଗୌଡ଼, ସବିତା ସାହୁକାର, ବାସୁଦେବ ସାହୁକାର, ପ୍ରମୋଦ ମହାରଣା, ସୁରେଶ ତ୍ରିପାଠୀ, ପ୍ରସାଦ କୋମଲୀ, ଭୀମରାଜୁ ପାତ୍ର, ମାନସ ପାତ୍ର, ଇକୋକ୍ଲବ୍ସଂ ଯୋଜକଡ. ଶଙ୍କରନାରାୟଣ ବେଜ, ଭେଙ୍କଟରମଣ, ଶିକ୍ଷକ ପୂର୍ଣ୍ଣଚ଼ନ୍ଦ୍ର ଆଚ଼ାର୍ୟ୍ୟ, ଶିକ୍ଷକ ଦୁର୍ଯ୍ୟୋଧନେପାକ ପ୍ରମୁଖ ଉପସ୍ଥିତ ଥିଲେ.


