ଗାନ୍ଧୀଜୟନ୍ତୀ ଅବସରରେ ଛତ୍ରପୁର ଆମପୋଲିସ ସମିତି ପକ୍ଷରୁ ଟ୍ରାଫିକ ସଚେତନତା ରାଲି
ଛତ୍ରପୁର, (ଦେବଦତ୍ତ ମହାରଣା) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀ ଙ୍କ ସ୍ମୃତିପ୍ରତି ସମ୍ମାନ ଜଣାଇ ଛତ୍ରପୁର ଆଦର୍ଶ ଥାନା ତଥା ଅମପୋଲି ସମିତି ଆନୁକୂଲ୍ୟରେ ଛତ୍ରପୁର ସହରରେ ଟ୍ରାଫିକ ଶୃଙ୍ଖଳା ସଚେତନତା ଉପରେ ଏକ ରାଲି ବାହାରିଥିଲା । ରାସ୍ତାର ନିୟମମାନି ଗାଡିଚଳାଇବା, ହେଲମେଟ ପିନ୍ଧିବା, ମଦ୍ୟପାନକରି ଗାଡି ଚଳାଇବା ଏକ ଦାଣ୍ଡନୀୟ ଅପରାଧ ଆଦି ଉପରେ ଛତ୍ରପୁର ସହରର ଜନସାଧାରଣଙ୍କୁ ସଚେତନତା କରାଯାଇଛି । ହେଲମେଟ ଓ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ମିଠା ଓ ଗୋଲାପ ଫୁଲଦେଇ ସଚେତନତା କରାଯାଇଥିଲା । ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍ଡିପିଓ ଗୌତ୍ତମ କିଷାନ, ସମସ୍ତ ବଣିକସଂଘ, ସରକାରୀ ଆଇନଜୀବୀ ସଦସ୍ୟ, ସାମ୍ବାଦିକ ପ୍ରମୁଖ ଏହି ସଚେତନତା ରାଲିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।


