ଗାନ୍ଧୀବାଦି ଗୋଲକ ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଗ୍ରାମର ପ୍ରଖ୍ୟାତ ଗାନ୍ଧୀବାଦୀ, ଭୂଦାନ ଆନ୍ଦୋଳନର ପୁରୋଧା ତଥା ବିନୋବା ଭାବେଙ୍କ ସହଯୋଗୀ ଗୋଲକ ଦାସଙ୍କ ୮୯ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା କେନ୍ଦ୍ରାପଡା ଜିଲ୍ଲାରେ ଗଭୀର ଶୋକରଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବରପାଇ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଧୂମାତ ଗ୍ରାମସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଭାରତ ସ୍ୱାଧୀନତା ପରେ ମଧୁବାବୁଙ୍କ ଗ୍ରାମ ସତ୍ୟଭାମାପୁର ଗ୍ରାମରେ ଥିବା କସ୍ତୁରବା ବାଳାଶ୍ରମର ତତ୍ୱାବଧାନରେ ଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୈାଧୁରୀଙ୍କ ସହ ମିଶି ଓଡିଶାର ବିଭିନ୍ନ ସ୍ଥାନରେ ସର୍ବୋଦ୍ୱୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ଦାସଙ୍କ ବିୟୋଗରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଦୁଷ୍ମନ୍ତ ମଲିକ, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ