ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର:- ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ପତାକା ଉତ୍ତୋଳନ ପରେ ରାଜ୍ୟପାଳ ପରେଡ ଅଭିବାଦନ ଗ୍ରହଣ କରିଥିଲେ ଜ୍ଝ ଏହି ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଥିଲେ । ଟ୍ରାଫିକ ଡିସିପି ସାଗରିକା ନାଥ ପରେଡରେ କମାଣ୍ଡ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଆୟୋଜିତ ପ୍ୟାରେଡ଼ରେ ୪୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ଼ କମାଣ୍ଡର ଭାବରେ ଟ୍ରାଫିକ ଡିସିପି ସାଗରିକା ନାଥ ନେତୃତ୍ବ ନେଇଥିଲେ। ଏଥିରେ ୧୨୦ ବାଟାଲିୟନ୍, ସିଆରପି, ଆରପିଏଫ୍, ରାଜ୍ୟ ପୁଲିସର ଆଇଆର୍ ବାଟାଲିୟନ୍, ଓଏସ୍ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍ଓଜି, ବ୍ରାସ୍ବ୍ୟାଣ୍ଡ, ଓଏସ୍ଏଏଫ୍, ଓଆଇଏସ୍ଏଫ୍, ଏପିଆର, ଟ୍ରାଫିକ୍ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍, ହୋମ୍ଗାର୍ଡ, ସିଭିଲ୍ ଡିଫେନ୍ସ, ଏନ୍ସିସି, ସୈନିକ ସ୍କୁଲ ପ୍ରଦର୍ଶନ କରିଥିବା ବେଳେ ୨ଟି ଦଳ ଡେୟାର ଡେଭିଲ୍ ସୋ\’ ସହ ଗୋଟିଏ ସ୍କେଟିଂ, ୪ଟି ସାଂସ୍କୃତିକ ସଂଗଠନର ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ପରିବେଷଣ କରିଥିଲେ। ଚଳିତ ଥର ପ୍ୟାରେଡ଼ରେ ୧୨ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ । ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଲୋକସେବା ଭବନର କନଭେନସନ୍ ହଲ୍ରେ ଏହି ପଦକ ପ୍ରଦାନ କରିବେ । ଏଡିଜି (ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଆଇଜି (ଆଧୁନିକୀକରଣ) ରେଖା ଲୋହାନି, ପୁରୀ ଏସ୍ପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ବର ସି˚ହ, ଭିଜିଲାନ୍ସ ଡିଏସ୍ପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ପ୍ରଣିତା କୁମାରୀ ରାଏ, ଏସ୍ଆଇ ସୁବାସ ଚନ୍ଦ୍ର ନାଏକ, ଡେପୁଟି ସୁବେଦାର ବୁଢିବାହାଦୁର ଥାପା, ହାବିଲଦାର ମେଜର ବୁଢା ସି˚ହ ଗୁରୁଙ୍ଗ, ହାବିଲଦାର ସରୋଜ କୁମାର ଭୋଇ, ସିପାହୀ ରଥ ଲାକ୍ରା, ସୁଶାନ୍ତ କୁମାର ମାଝୀ, କନଷ୍ଟେବଳ ପ୍ରତିମା ରାଉତଙ୍କୁ ରାଜ୍ୟପାଳ ପଦକ ଦିଆଯିବ। ସାହସିକତା ପାଇଁ ରାଉରକେଲା ଏସ୍ପି କେ.ଶିବ ସୁବ୍ରମଣି, ଅନୁଗୁଳ ଏସ୍ପି ଜଗମୋହନ ମୀନା, ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, ଜ୍ୟୋତିର˚ଜନ ପତି, ଏସ୍ଆଇ ସଚ୍ଚିଦାନନ୍ଦ ବରିହା, ସୁବେଦାର ଆଶିଷ କୁମାର ସରକାର, ହାବିଲଦାର ପ୍ରମୋଦ ବାର୍ଲା, ମିଥୁନ୍ ପ୍ରଧାନ, ସନ୍ତୋଷ ଜୁଆଙ୍ଗ, କନଷ୍ଟେବଳ ସୁଶୀଲ ଦାଶ, ଆକାଶ ମହାପାତ୍ର, ଚନ୍ଦ୍ରମଣି ଭୋଇ, ସାମ ଧାଙ୍ଗଡ଼ାମାଝୀ, ଦିଲ୍ଲୀପ କୁମାର ଦନ୍ତା, ପ୍ରଶାନ୍ତ କୁମାର ବାରିକ, ଭୂବନ ସେଲ୍ମା, ସତ୍ୟନାରାୟଣ କଠାର, ଚୈତନ୍ୟ କିର୍ସାନି, ଘେନୁ ହନ୍ତାଲ, ସୁଧା˚ଶୁ ଭୂପତି, ରୁକଧର ନେଗି, ଲାନ୍ସନାଏକ ଶିବଶଙ୍କର ନାୟକ, ପବିତ୍ର ମୋହନ ନାୟକଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ