ଗାନ୍ଧୀମୂର୍ତି ନିକଟରେ କୃଷକମାନଙ୍କ ଗଣ ସତ୍ୟାଗ୍ରହ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଦିଲ୍ଲୀ ଚାଲୋ କୃଷକ ଆନ୍ଦୋଳନକୁ ସମର୍ଥନ କରି କୃଷକ ବିରୋଧୀ କୃଷି ଆଇନ ରଦ୍ଦ, ବିଦ୍ୟୁତ୍ ବିଲ ୨୦୨୦ ପ୍ରତ୍ୟାହାର, ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକମାନଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଜାନୁଆରୀ-୨୬ ଲାଲ କିଲ୍ଲାରେ ସରକାରୀ ପ୍ରାୟୋଜିତ କୁକାର୍ଯ୍ୟର ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସରାକାରଙ୍କ ଦ୍ୱାରା କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସିମିତି ଆହ୍ୱାନ କ୍ରମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ ଅବସରରେ ସ୍ଥାନୀୟ ଗରାପୁର ସ୍ଥିତ ଗାନ୍ଧୀମୂର୍ତି ନିକଟରେ କୃଷକ ମାନଙ୍କ ପକ୍ଷରୁ ଗଣ ସତ୍ୟାଗ୍ରହ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ଏହି ଗଣ ସତ୍ୟାଗ୍ରହରେ ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ଗୟାଧର ଧଳ, କୃଷକ କଂଗ୍ରେସ ନେତା ମୁକ୍ତାର ଖାଁ, ନିଖିଳ ଉତ୍କଳ ଚାଷି ମୂଲିଆ ସଂଘର ଜିଲ୍ଲା ସଭାପତି ଫକିର ଚରଣ ଖଟୁଆ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀରଞ୍ଜନ ରାଉତରାୟ, ନବ ନିର୍ମାଣ କୃଷକ ସଂଗଠନର ଜୟନ୍ତ ଲେଙ୍କା, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ଅଧ୍ୟାପକ ଅଜୟ ସାମଲ, ଶ୍ରମିକ ନେତା ଜଗତ ଜୀବନ ଦାସ, କୃଷ୍ଣ ଚନ୍ଦ୍ର ରାଉତ, କୃଷକ ନେତା ବିଜୟ ଦାସ, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ, ନୃସିଂହ ପରିଜା, ପ୍ରମୋଦ ରାଉତ, ଦଳିତ ନେତା ନଗେନ୍ଦ୍ର ଜେନା, ଜସମିନ୍ ପରୱିନ୍, ସେକ ଜାନ ଓ ବିଧୁ ଭୂଷଣ ମହାପାତ୍ର ପ୍ରମୁଖ ଆଜିର ଏହି ଗଣ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ । ମୋଦୀ ସରକାରଙ୍କ କୃଷକମାରଣ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ମୋଦୀ ସରକାର ଦେଶରେ ଲୋକ ମାନଙ୍କ ଭିତରେ ହିଂସାତ୍ମକ ବାତାବରଣ, ଅରାଜକତା ସୃଷ୍ଟି କରୁଥିବା ବେଳେ ଦେଶରେ ଭାଇଚାରାକୁ ନଷ୍ଟ କରୁଛି ବୋଲି କହିଥିଲେ । କୃଷକ ମାନଙ୍କୁ ଓ ବିରୋଧୀ ମାନଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିବା ଗଣତନ୍ତ୍ର ପ୍ରତି ବିପଦ ବୋଲି ସତ୍ୟାଗ୍ରହୀମାନେ ତିବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରାକର ଏ କଳା ଆଇନ ପ୍ରତ୍ୟାହାର ନକରିବା ଓ ଦମନକୁ ବନ୍ଦ ନକରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ସତ୍ୟାଗ୍ରହୀ ମାନେ ଘୋଷଣା କରିଥିଲେ ।