ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ବିଜେଡ଼ି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଓ ଶାନ୍ତିର ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୧୭ ତମ ଜୟନ୍ତି ଅବସରରେ ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳିକାଟୁରେ ନଗର ବିଜେଡ଼ି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛଇ । ଶନିବାର ପୂର୍ବାହ୍ନରେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ତତ୍ୱାଧାନରେ ବିଜେଡ଼ି କର୍ମୀ ମାନେ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉପସ୍ଥିତି ଅତିଥି ଓ ବିଜେଡ଼ି କର୍ମୀ ମାନେ ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀ ସର୍ମ୍ପକରେ ମତପ୍ରକାଶ କରିଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ଉପଖଣ୍ଡ ଚିକିତ୍ସାଳୟରେ ପଂହଚି ମେଡ଼ିକାଲ ପରିସରକୁ ସପେଇ କରିଥିଲେ । ସ୍ୱଚ୍ଛ ହିଞ୍ଜିଳିକାଟୁ ଗଠନ ପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ବିଜେଡି ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗଉଡ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପ୍ୟାରୀମୋହପନ ପାଢି, ସରୋଜ ପଣ୍ଡା, ରାମଚନ୍ଦ୍ର ମହାପାତ୍ର ଯୁଧିଷ୍ଟିର ସ୍ୱାଇଁ, ମାନସ ବେହେରା, କୃଷ୍ଣ ସାହୁ, ପୁର୍ଣ୍ଣ ଗଉଡ, ବସନ୍ତ ବେହେରା, ଗିତାଞ୍ଜଳି ପାଢି, ସନ୍ତୋଷ ମହାରଣା, କିରଣ ପଟ୍ଟନାୟକ, ରଶ୍ମିତା ସେନାପତି, ବାବୁଲା ମହାରଣା, ଭିକା ବେହେରା, କେଶବ ମହାଣା ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତି ପାଳନ କରାଯାଇଥିଲା ।


