ଗାନ୍ଧୀ ଚ୍ଥକ ଠାରେ କୋଭିଡ କିଓସ୍କ ଉଦ୍‌ଘାଟିତ 

ଯାଜପୁର,(ଓ୍ବାଇଏନ୍ଏସ୍) : ଯାଜପୁର ଜିଲ୍ଲା ସଦର ମହକୁମା ଗାନ୍ଧୀ ଚ୍ଥକ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଦ୍ୱାରା ଏକ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଯାଇଚ୍ଥି । କରୋନାକୁ ସପଂଳତାର ସହିତ ମୁକାବିଲା ପାଇଁ ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସୁଲଭ ମୂଲ୍ୟରେ ମାସ୍କ, ହ୍ୟାଣ୍ଡ ୱାସ୍‌, ସାନିଟାଇଜର ଓ କାଢା ବିକ୍ରୟ କରାଯିବ । ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଏହାକୁ ଆନୁଷ୍ଠାନିକ ଭାବେ ଊଦ୍‌ଘାଟନ କରିଥିଲେ । ଜିଲ୍ଲାର ୨ ଗୋଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଯଥାକ୍ରମେ ମା ସିଂହବାହିନୀ ଓ ମା ଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ନିଜେ ଉତ୍ପାଦନ କରି ଏହି ପଦାର୍ଥମାନ ସୁଲଭ ମୂଲ୍ୟରେ ଏକ ମାସ ପର୍ଯ୍ୟନ୍ତ ଓ ଆବଶ୍ୟକ ସ୍ଥଳେ ଏକ ମାସରୁ ଅଧିକ ବିକ୍ରି କରିପାରିବେ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୁଲଭ ମୂଲ୍ୟରେ ଏହି ଜିନିଷ ଯୋଗାଇ ଦେବା ହେଉଚ୍ଥି ଏହାର ଲକ୍ଷ୍ୟ । ଜିଲ୍ଲା ପ୍ରଶାସନର ଓର୍‌ମାସ୍ ଦ୍ୱାରା ଏହି କ୍ୟାମ୍ପର ସମସ୍ତ ଆୟୋଜନ କରାଯାଇଚ୍ଥି । ଜନସାଧାରଣ ଚାହିଁଲେ ଏଠାରେ ଉପଲବ୍ଧ ପଦାର୍ଥ କ୍ରୟ କରିପାରିବେ । ମା ସିଂହବାହିନୀ ତରପଂରୁ ଲିଲି ଚାନ୍ଦ ଓ ମା ଲକ୍ଷ୍ମୀ ସଂଗଠନ ତରପଂରୁ ଲକ୍ଷ୍ମୀ ଚାନ୍ଦ ଉଭୟ ଏହାର ବିକ୍ରୟ ଦାୟିତ୍ୱରେ ଅଚ୍ଥନ୍ତି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜୀବିକା ମିଶନର ଡି.ପି.ଏମ୍‌. ପ୍ରଶାନ୍ତ କୁମାର ପାଢୀ, ଡେପୁଟୀ ସି.ଇ.ଓ. କ୍ଷିତିଶ କୁମାର ବଳ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓରମାସ୍‌ର ଚିନ୍ମୟନନ୍ଦ ଦାସ, ବିକାଶ ରଂଜନ ରାଉତ, ବିଜୟ କୁମାର ମିଶ୍ର ଓ ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଦ୍ୟମକୁ ଉପସ୍ଥିତ ବୁଦ୍ଧିଜିବୀ ପ୍ରଶଂସା କରିଥିଲେ ଓ ଏହା ସଂକ୍ରମଣରୁ ବହୁମାତ୍ରାରେ ଲୋକଙ୍କୁ ରକ୍ଷା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ