ଗାନ୍ଧୀ ଜୟନ୍ତୀରେ ‘ଫିଟ ଇଣ୍ଡିଆ ଫ୍ରିଡମ ରନ’

ବାଲେଶ୍ୱର, (ସରୋଜ ପଣ୍ଡା):ଗାନ୍ଧୀ ଜୟନ୍ତୀ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ‘ଫିଟ ଇଣ୍ଡିଆ ଫ୍ରିଡମ ରନ’ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସୁସ୍ଥ ରହିବା ପାଇଁ ସ୍ୱଚ୍ଛତା ଅବଲମ୍ବନ ସାଙ୍ଗକୁ ଶରୀରକୁ ଫିଟ ରଖିବା ନିମନ୍ତେ ଶାରୀରିକ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ସୁସ୍ଥ ଶରୀର ପାଇଁ ସ୍ୱଚ୍ଛତା ଓ ଫିଟନେସର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ସଂଘର କର୍ମକର୍ତ୍ତା ଜଗଦ୍ଦୀଶ ବେହେରା, ବୀରେନ ଦାସ, ପ୍ରଦୀପ ଚନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ନାୟକ, ସାଦ୍ଦିକ ଅଲି ପ୍ରମୁଖ ପରିଚାଳନା କରିଥିଲେ । ଜିଲା କ୍ରୀଡ଼ା ଛାତ୍ରବାସର ଛାତ୍ରଙ୍କ ସମେତ ସହରର ବହୁ କ୍ରୀଡ଼ାବିତ ଏହି ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଗଣ ଦୌଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଫୋଣ୍ଡିଛକରୁ ପୁଣି ଫେରି ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ