ଗାନ୍ଧୀ ଜୟନ୍ତୀରେ “ସାମ୍ପ୍ରତିକ ସମୟରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା” ଶୀର୍ଷକ ଆଲୋଚନା ଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସମଗ୍ର ବିଶ୍ୱ ଏବେ ହଜାର ହଜାର ଟନ୍‌ର ବାରୁଦଗଦା ଉପରେ ଠିଆ ହୋଇଥିବାବେଳେ ମାନବ ସଭ୍ୟତାର ସୁରକ୍ଷିତ ଭବିଷ୍ୟତ ପାଇଁ ଗାନ୍ଧୀ ବିଚାରର ପ୍ରସାର ଓ ପ୍ରୟୋଗ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ଗାନ୍ଧି ବିଚାରମଂଚ ଆନୁକୁଲ୍ୟରେ ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ “ସାମ୍ପ୍ରତିକ ସମୟରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି । ଗାନ୍ଧୀ -୧୫୦ର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସାହିତ୍ୟିକ ଡଃ. ବାସୁଦେବ ଦାସ ମୁଖ୍ୟବକ୍ତା ଓ ଶିକ୍ଷକ ନେତା ଅଧ୍ୟାପକ ଅଜୟ ସାମଲ, କେନ୍ଦ୍ରାପଡା ଓକିଲ ସଂଘର ପୂର୍ବତନ ସଭାପତି ସରୋଜରାଜ ସିଂ, ସମାଜସେବୀ ଭକ୍ତ ଚରଣ ମଲ୍ଲ ଏବଂ କବି ରାମକୃଷ୍ଣ ଦାଶ ସମ୍ମାନୀତ ବକ୍ତାରୂପେ ଯୋଗଦେଇ ଗାନ୍ଧିଜୀଙ୍କୁ କେବଳ ଜଣେ ମହାମାନବ ନୁହଁନ୍ତି ବରଂ ଏକ ବିଚାରର ପ୍ରତିକ ଭାବେ ଅଭିହିତ କରିବା ସହ ୧୯୪୮ ମସିହାର ଗାନ୍ଧୀ ହତ୍ୟା ସମୟରୁ ଏହି ବିଚାର ଉପରେ ଚାଲିଆସିଥିବା ଆକ୍ରମଣ ବର୍ତ୍ତମାନ ସମୟରେ ଶାସକୀୟ ପୃଷ୍ଟପୋଷକତା ଲାଭ କରି ଅଧିକ ଯୋଜନାବଦ୍ଧ ଓ ପରିପୃଷ୍ଠ ହୋଇଯାଇଛି ବୋଲି ମତବ୍ୟକ୍ତ କରି ଏହା ବିରୋଧରେ ସମସ୍ତ ଦେଶ ପ୍ରେମୀ ନାଗରିକ ଏକାଠି ହେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ଗୋଲଖ ସେଠୀ ଗାନ୍ଧିଜୀଙ୍କ ପ୍ରିୟଭଜନ ଗାନ କରିଥିବାବେଳେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ନିରଞ୍ଜନ ମେକାପ, ସାମ୍ବାଦିକ ଆଶୀଷ ସେନାପତି, ଗାଳ୍ପିକା ଅବନ୍ତୀ ବେହେରା, ଅମର ପ୍ରସାଦ ରାଉତ, ମେଜର ଭରତ ଚନ୍ଦ୍ର ଜେନା, ନୃସିଂହ ତ୍ରିପାଠୀ, ଅବଧୂତ ରାଉତ, ସଂଜୟ ମଲ୍ଲିକ, ଶରତ ରାଉତ, ଅମରେନ୍ଦ୍ର ଦାସ, ସଂଜୟ ମଥାନ, ସ୍ୱପ୍ନାଂଶୁ ଦାସ, ପାର୍ଥସାରଥି ବେହେରା, ଶୈଳବାଳା ସାମଲ, ଜାହିଦ୍ ଖାଁ, ଅମୀୟ ନାୟକ, ଅଜୟ ପାତ୍ର, ଅଧର ଚନ୍ଦ୍ର ସାହୁ, ଅପର୍ତି ସେଠୀ ପ୍ରମୁଖ ଆଲୋଚନା ଚକ୍ରରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ