ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାତୀୟସଂହତି ପଦଯାତ୍ରା

ପାରାଦ୍ୱୀପ (ଯୁଗାବ୍ଦ ନ୍ୟୁଜ) ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାପିତ ହୋଇଛି । ପ୍ରାତଃ ମୁହୂର୍ତ୍ତରେ ପ୍ରଭାତ ଫେରି କରି ରାମଧୁନ ସ୍ୱର ଛାତ୍ରଛାତ୍ରୀ ଓ ଜନସାଧାରଣ ସହର ପରିକ୍ରମା କରିଥିଲେ । ରାଜ୍ୟ ବିଜେଡି ସମ୍ପାଦକ ତଥା ବରିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଠରବାଙ୍କୀ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ବସଷ୍ଟାଣ୍ଡ ସ୍ଥିତ ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ପରେ ପାରାଦ୍ୱୀପ ବସଷ୍ଟାଣ୍ଡ ଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲାବେଳେ ପାରାଦ୍ୱୀପ ନଗରପାଳ ଶ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସଂହତି ପଦଯାତ୍ରା ପାରାଦ୍ୱୀପ ବସଷ୍ଟାଣ୍ଡ ରୁ ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଡଃ. କାହ୍ନୁଚରଣ ଧୀର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦିଲିପ କୁମାର ମହାନ୍ତି, ବନ୍ଦର ଅର୍ଥ ପରାମର୍ଶ ଦାତା ଓ ମୁଖ୍ୟ ହିସାବ ଅଧିକାରୀ ଶ୍ରୀ ସୁରେଶ କୁମାର ସାହୁ, ରାଜ୍ୟ ବିଜେଡି ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ପୌରାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ନାୟକ, ବିଜେପି ପାରାଦ୍ୱୀପ ମଣ୍ଡଳ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ କାଉନସିଲର, ସ୍ୱେଚ୍ଛାସେବୀ ସଙ୍ଗଠନ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇଥିଲେ । ପଦଯାତ୍ରା ମଧୁବନ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମହତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଓ ନିମନ୍ତ୍ରିତ ଅତିଥି ମାନେ ଅନାବରଣ କରିଥିଲେ । ନଗରପାଳ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଏକ କୁଇଜ ପ୍ରତିଯୋଗିତା ସର୍ବ ସଧାରଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ସଠିକ୍ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ଳାଷ୍ଟିକ ବର୍ଜନ ପାଇଁ ସମସ୍ତ ନେତୃ ମଣ୍ଡଳୀ ଆହ୍ୱାନ ଦେଇଥିଲେ ଏବଂ ଉପସ୍ଥିତ ଜନତାଙ୍କୁ କପଡା ବ୍ୟାଗ ବଣ୍ଟନ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ