ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବରଗାଁ,ଧରଣୀ ଧର ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ଜାତିର ପିତା ମହା ମାନବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ,ବରଗାଁ ଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀ କେଦାରନାଥ ସାମଲଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପାଳନ ହେବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ପାଢ଼ୀ, ସଂସ୍କୃତ ଶିକ୍ଷୟତ୍ରୀ ଦମୟନ୍ତୀ ମିଶ୍ର, ହିନ୍ଦୀ ଶିକ୍ଷକ ଶ୍ରୀ ମହେଶ୍ୱର ସ୍ୱାଇଁ କ୍ରୀଡା ଶିକ୍ଷକ ଶ୍ରୀ ଭଗବାନ ଗୌଡ଼ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ପରିଚାଳନା କମିଟି ସଭାପତି ଶ୍ରୀ ଜଗନ୍ନାଥ ସାହୁ,ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଉମା ଶଙ୍କର ବାରିକ, ଅଭିଭାବକ ଦୟାନିଧି ଗୌଡ଼, ବସନ୍ତ କୁମାର ପ୍ରଧାନ, ନାରାୟଣ ଗୌଡ଼ ପଶୁ ଡାକ୍ତର ଶ୍ରୀ ଅଶୋକ କୁମାର ବିଷୋୟୀ,ଯୁବ ସମାଜସେବି ରାଜେଶ କୁମାର ନାୟକ, ପୁରାତନ ଛାତ୍ର ଯୋଗେନ୍ଦ୍ର ରଣା ସୁନୀଲ ସେଠି, ରାଜେଶ କୁମାର ପୋଲାଇ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ହସ୍ତରେ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କେଦାର ନାଥ ସାମଲ ଏବଂ ବିଦ୍ୟାଳୟ ଅଫିସ ସହାୟକ ଶ୍ରୀ ବିଦେଶୀ ସାହୁଙ୍କ ବଳିଷ୍ଠ ସହଯୋଗରେ ଏହି ସୁନ୍ଦର ଏବଂ ପବିତ୍ର କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ