ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀପୀଠରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତିନିମୁହାଣି ଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ଦାଣ୍ଡି ପଦଯାତ୍ରା ସ୍ମାରକୀ ସ୍ଥଳରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ପ୍ରଥମେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ସ୍ମାରକୀ ସ୍ଥଳରେ ଥିବା ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ । ପରିଷଦର ସଭାପତି ଭଜକୃଷ୍ଣ ରାଉତ ଦେଶ ସ୍ୱାଧୀନତା ପାଇଁ ମହାତ୍ମାଗାନ୍ଧୀଙ୍କ ବଳିଷ୍ଠ ଭୂମିକା ରହିଥିବା ବିଷୟରେ କହିବା ପରେ ଗାନ୍ଧୀଙ୍କ ଦାଣ୍ଡି ପଦଯାତ୍ରାର ଲୁଣମରା କାର୍ଯ୍ୟରେ ହଜାର ହଜାର ସଂଖ୍ୟାରେ ଜନତା ଯୋଗଦେବା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ବୋଲି ମତବ୍ୟକ୍ତ କରିଥିଲେ । ଆବାହକ ରାଜେଶ ପଣ୍ଡା କହିଥିଲେ ଯେ ଯେଉଁ ସତ୍ୟାଗ୍ରହୀମାନେ ସ୍ୱାଧୀନତାର ଅମୃତହାଣ୍ଡି ଉତ୍ତରପିଢୀଙ୍କ ହାତରେ ଅର୍ପଣ କରିଯାଇଛନ୍ତି ତାହାକୁ ଉଦଯିବିତ କରି ରଖିବା ଆମର ଦାୟୀତ୍ୱ । ଶେଷରେ ଗୟାଧର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମି ସମିତି ସଭାପତି ବିମ୍ବାଧର ମୁଦୁଲି, ସଂଗ୍ରାମୀ ଫକିର ମୋହନ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ତୁଷାର ଘୋଷ, ପଦ୍ମନାଭ ଦାସ, କୁଳମଣୀ ରାଉତ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ଲୋପାମୁଦ୍ରା ବାରିକ, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ଶରତ ବେହୁରା, ଅଶୋକ ବରାଳ, ନାରାୟଣ ସାହୁ, ଦେବାଶିଷ କୁବେର, କିଶୋର ମହାରଣା, ଦୁଷ୍ମନ୍ତ ମଲ୍ଲିକ, ଆଲୋକ ସାହୁ, ଧିରେନ୍ଦ୍ର ନାଥ ସ୍ୱାଇଁ, ଦେବେନ୍ଦ୍ର ଦାସ, ସେକ ଚନ୍ଦନ, ସେକ ସାବିର, ରକିବୁର ରହେମାନ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ