ଗାନ୍ଧୀ ମୂର୍ତ୍ତୀକୁ କ୍ଷତି ପାହଞ୍ଚାଇଲେ ଦୁର୍ବୃତ୍ତ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଦୀର୍ଘଦିନ ଧରି ଜାତିର ଜନକ ମହାତ୍ମା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ରହିଛି । ଏହା କରଂଜିଆ ର ଇତିହାସ ସହିତ ସ୍ଵତଃକୃତଃ ଭାବେ ଯୋଡ଼ିତ । ତେବେ ପରିତାପ ର ବିଷୟ ଏହିକିଯେ ଗତ କାଲି ରାତି କେହି ଦୁର୍ବୃତ୍ତଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ବିକୃତ କରିଦେଇଛି ପ୍ରତିମୂର୍ତ୍ତି ର ଆଖି ଓ ନାକରେ କ୍ଷତି ପହଞ୍ଚାଇଥିବା ଓ ବିକୃତ କରିବା ପରିଲକ୍ଷିତ ହେଇଥିଲେ ମଧ୍ୟ ଚିକିତ୍ସାଳୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଦେଖାଯାଇଛି । ତେବେ ଏନେଇ ମେଡିକାଲ ଅଧକ୍ଷ ଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ନଥିବା ପ୍ରକାଶ କରିଛନ୍ତି ।ମେଡିକାଲ ପରିସରରେ ଥିବା ଜନକ ଙ୍କ ପ୍ରତିମୂର୍ତ୍ତି ବିକୃତ କରାଯାଇଥିଲେ ମଧ୍ୟ ଅଧକ୍ଷ ଏବିଷୟରେ ଅବଗତ ନଥିବା କହିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଯଥାଶୀଘ୍ର ଚିକିତ୍ସାଳୟ ପରିସର ରେ ଲାଗିଥିବା ସି ସି ଟିଭି ଫୁଟେଜ ଆଧାରରେ ପୋଲିସ ଦୋଷୀକୁ ଧରି ଦଣ୍ଡ ଦେବବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ସୋସିଆଲ ମିଡିଆରେ କିଛି ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି।


