ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଲେଶ୍ୱର କେନ୍ଦ୍ର ପକ୍ଷରୁ ବିଦ୍ୟାଳୟସ୍ତରରେ ଗାନ୍ଧିଜୀଙ୍କ ଜୀବନୀକୁ ଆଧାରକରି ହୋଇଥିବା କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ସଭାଗୃହରେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆବାହକ ମଣ୍ଡଳୀ ସଦସ୍ୟ ମହମ୍ମଦ ଇସ୍‌ଲାମ୍ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବାବେଳେ ଅନ୍ୟତମ ଆବାହକ ପ୍ରତିମା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ଅର୍ଚ୍ଚନା ନନ୍ଦୀ କୃତି ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଇମାମୀ ପେପର ମିଲ୍‌ର ଜେନେରାଲ୍ ମ୍ୟାନେଜର୍ ୟୁସୁଫ୍ ଅଲ୍ଲୀ ସୋଲାଙ୍କି ମୁଖ୍ୟବକ୍ତାଭାବେ ରାଜ୍ୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଡା. ବିଶ୍ୱଜିତ୍ ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ଚିନ୍ମୟ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଆବାହକମଣ୍ଡଳୀ ମୁଖ୍ୟ ଜିତେନ୍ଦ୍ର ଉପାଧ୍ୟାୟ ମଞ୍ଚ ପରିଚାଳନା କରିଥିଲେ ।ବାଲେଶ୍ୱର ସହର ଓ ସହର ଉପାନ୍ତରରେ ଥିବା ଉଚ୍ଚ ବିଦ୍ୟାଳୟମାନଙ୍କରୁ ୪୨ଜଣ ପ୍ରତିଯୋଗୀଙ୍କୁ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ମହାପାତ୍ର, କବି କାଳିପଦ ପଣ୍ଡା, ସୃଷ୍ଟିଧର ପରିଡ଼ା, ଦାମୋଦର ନାୟକ, ମନୋଜ ପାଢ଼ୀ, ବେଣୁଧର ସାହୁ, ବିଜୟ ଦାସଅଧିକାରୀ, କବିତା ଦାସ, ସାକିଲା ବାନୁ, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା, ଗୌରୀ ରାଣୀ ଉପାଧ୍ୟାୟ, ରଶ୍ମିତା ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଣିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ