ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ପାଳିତ ହେଲା ୭୭ତମ ବଳିଦାନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୭୭ତମ ବଳିଦାନ ଦିବସ ପାଳନ ଅବସରରେ ଆଜି ସକାଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଶାନ୍ତି ସଦ୍ଭାବନା ପଦଯାତ୍ରା ସ୍ଥାନୀୟ ମିଶନ ସ୍କୁଲ୍ ପଡ଼ିଆ ଠାରୁ ଆରମ୍ଭ ହୋଇ ଶହିଦ୍ ପାର୍କଠାରେ ଶେଷ ହୋଇଛି । ସେଠାରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ କରାଯାଇଅଛି । ପ୍ରତିଷ୍ଠାନର ଆବାହକ ମହମ୍ମଦ ଇସ୍ଲାମ୍ ଓ ଜିତେନ୍ଦ୍ର ଉପାଧ୍ୟାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାକୁ ପୁରୁଖା ଗାନ୍ଧୀବାଦୀ ପୁରୁଷୋତ୍ତମ କାମିଳା ଓ ଅବସରପ୍ରାପ୍ତ ଇଞ୍ଜିନିୟର ଡମ୍ବରୁଧର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗାନ୍ଧୀ ଫଟୋଚିତ୍ର ସହ ରାମ୍ଧୂନ୍ ସଙ୍ଗୀତ ଗାନ କରି ସହର ପରିକ୍ରମା କରିଥିଲେ । ଶାନ୍ତି ଅହିଂସାର ମନ୍ତ୍ରରେ ସମଗ୍ର ଦେଶରେ ଏକ ଜନଜାଗରଣ ସୃଷ୍ଟି କରି ଆମ ଦେଶକୁ ସ୍ୱାଧୀନତା ପ୍ରଦାନ କରିବାରେ ଗାନ୍ଧୀଙ୍କର ଅବଦାନ ଓ ଗାନ୍ଧୀ ବିଚାରଧାରା ପାଇଁ ଆମ ଦେଶ ତାଙ୍କୁ ଜାତିର ପିତାର ଆସନରେ ବସାଇ ସମ୍ମାନିତ କରିଛି । କିନ୍ତୁ ଆଜିର ଦିନରେ ସେ ଆତତାୟୀର ଗୁଳିରେ ପ୍ରାଣ ବଳି ଦେଇଥିଲେ । ତତ୍କାଳୀନ ଭାରତ ସରକାର ତାଙ୍କର ସ୍ମୃତିରେ ଆଜିର ଦିବସକୁ ଶହୀଦ୍ ବଳିଦାନ ଦିବସ ରୂପେ ଘୋଷଣା କରିଥିଲେ । ଏହି ଅବସରରେ ଶହୀଦ୍ ପାର୍କ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଶ୍ରମିକ ନେତ୍ରୀ ଯଶୋଧାରା ଦାସ, ଗାନ୍ଧୀବାଦୀ ପ୍ରତିମା ପଣ୍ଡା, କବିତା ଦାସ, ଜିତେନ୍ଦ୍ର ଉପାଧ୍ୟାୟ, ମହମ୍ମଦ ଇସଲାମ, ପୁରୁଷୋତ୍ତମ କାମିଳା, ଡମ୍ବରୁଧର ପ୍ରଧାନ, ସକିଲା ବାନୋ, ସୋହା ନାଜ୍, ଗୌରୀରାଣୀ ଉପାଧ୍ୟାୟ, ତୁଷାରକାନ୍ତି ମହାପାତ୍ର, ଗୌରୀଶଙ୍କର ପରିଡ଼ା ପ୍ରଣିତା ମିଶ୍ର, ପଦ୍ମଲୋଚନ ଲେଙ୍କା, ବିକାଶ ଦାଶ, କଲ୍ୟାଣୀ ନନ୍ଦ, ଅଶ୍ରୀତା ତରେଇ, ମିନତୀ ସେଠୀ, ସରସ୍ୱତୀ ପଣ୍ଡା, ସଞ୍ଜୁକ୍ତା ବେହେରା, ସନ୍ତୋଷ କୁମାର ସେନ୍, ନାଜିର ଅଲ୍ଲୀ, ସୟଦା ଅଖତରୀ ପ୍ରମୁଖ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।