ଗାରିଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଗାରିଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୁଞ୍ଜ ବିହାରି ପ୍ରଧାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାରିଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ମତି ମାଣ୍ଡିଙ୍ଗ ଓ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ରେ ମୋଟ ୩୦୫ ଜଣ ଛାତ୍ରଛାତ୍ରୀ ପାଠ ଅଧ୍ୟୟନ କରୁଥିବା ବାର୍ଷିକ ବିବରଣୀରୁ ଜଣାପଡ଼ିଛି ।ନାଚ, ଗୀତ,ଢେମଶା ଓ ଅନ୍ୟାନ୍ୟ ସାଂସ୍କୃତିକ ପ୍ରତିଯୋଗିତା ମାନଙ୍କରେ ଭାଗନେଇ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ରେ ଥିବା ୨୦ ଜଣ କୃତ୍ତି ଛାତ୍ର, ଛାତ୍ରୀ ଙ୍କୁ ସରପଞ୍ଚ ଓ ଗାରିଡି କ୍ଳଷ୍ଟରର ସିଆରସିସି ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ଆଜିର ବାର୍ଷିକ ଉତ୍ସବ ରେ ରିଙ୍କୁ ମିଣ୍ୟାକା ୩୦୫ ଜଣ ଛାତ୍ର,ଛାତ୍ରୀଙ୍କୁ ଖାତା ଓ ପେନ ବଣ୍ଟନ କରିଥିଲେ। ଗୋପୀନାଥ ବିଡ଼ିକା ଓ କନାଗାଁ କ୍ଳଷ୍ଟରର ସିଆରସିସି ଶ୍ରୀ କେ. ପ୍ରତାପ କୁମାର ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I