ଗାରୋଇ ଗୋବର୍ଦ୍ଧନ ପୀଠରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇ ଆଶ୍ରମର ଗୋବର୍ଦ୍ଧନ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ବାବା ଶ୍ରୀ ଆଦିତ୍ୟ ନାରାୟଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ସଂସଦର ସଭାପତି ବେଣୁଧର ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ସଂସଦର କର୍ମକର୍ତାମାନେ ଉପସ୍ଥିତ ରହି ଶ୍ରୀଜୀୟୁମାନଙ୍କର ରଥଯାତ୍ରା ସମ୍ବନ୍ଧରେ ଆଲୋଚନା କରିଥିଲେ । ପୂର୍ବରୁ ଏହି ଯାତ୍ରା ବହୁ ଆଡମ୍ବର ସହିତ ପାଳିତ ହେଉଥିବା ବେଳେ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ଏହି ଯାତ୍ରା ନିରାଡମ୍ବର ସହିତ ପାଳିତ ହୋଇଥିଲା । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ଉଠିଥିବା ହେତୁ ଏହି ଯାତ୍ରାରେ ବହୁ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ସଂସଦ ପକ୍ଷରୁ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବାହିନୀ ଆଦିଙ୍କ ସହଯୋଗ ଲୋଡାଯାଇଛି । ଏହି ବୈଠକରେ କାହ୍ନୁ ଚରଣ ମହାନ୍ତି, ଆଲୋକ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ଶିକ୍ଷକ ଅରୁଣ ମହାନ୍ତି, ସୁକାନ୍ତ କୁମାର ଲେଙ୍କାଙ୍କ ସମେତ ଆଶ୍ରମର ଭକ୍ତମାନେ ଉପସ୍ଥିତ ଥିଲେ । ସଂସଦର ସଂପାଦକ କେଦାରନାଥ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ