ଗାରୋଇ ହାଇସ୍କୁଲରେ ସମ୍ବର୍ଦ୍ଧନା ସଭା 

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବରିଷ୍ଟ କିରାଣୀ ତ୍ରିଲୋଚନ ପରିଡାଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା ଗୁରୁବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଦ୍ୟାନନ୍ଦ ଜେନାଙ୍କ ପୌରୋହିତ୍ୟ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଗାରୋଇ ଆଶ୍ରମର ଠାକୁର ରାଜା କେଦାରନାଥ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଲୋଚନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶ୍ରୀ ପରିଡାଙ୍କୁ ଜଣେ ସଚ୍ଚୋଟ, ସମୟାନୁବର୍ତୀ ,ନିର୍ବିକାର ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଉଭୟ ପ୍ରାଣକୃଷ୍ଣ ଉ.ପ୍ରା ବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହଟକିଶୋର ବିଶ୍ୱାଳ, ସୁକାନ୍ତ କୁମାର ଲେଙ୍କା, ପବିତ୍ର ସ୍ୱାଇଁ, ସୁନିଲ ମହାପାତ୍ର, ରବିନ୍ଦ୍ର ନାଥ ସ୍ୱାଇଁ, ପ୍ରଭାତ ସ୍ୱାଇଁ, ବମ୍ବାଧର ଜେନା, ଅକ୍ଷୟ ରାଉତ ପ୍ରମୁଖ ଯୋଗ ଦେଇ ଶ୍ରୀ ପରିଡା ଜଣେ ନିର୍ବିବାଦୀୟ, ନୀତିବାଦୀ, ତ୍ୟାଗ ଓ କର୍ମଠ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦାଶରଥି ବିଶ୍ୱାଳ, ବୁଲାକୀ ମଲ୍ଲିକ ଓ ନକୁଳ ପାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ