ଗାର୍ଲଫ୍ରେଣ୍ଡ୍ଙ୍କୁ ଦେଲେ କେଶରେ ତିଆରି ରିଙ୍ଗ୍
ସୋସିଆଲ ମିଡିଆରେ ଏକ ଏନ୍ଗେଜ୍ମେଣ୍ଟ ରିଙ୍ଗ୍ ଭାଇରାଲ ହୋଇଛି । ଏହି ରିଙ୍ଗ୍ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ । ଏହି ରିଙ୍ଗ୍ ବା ମୁଦି କୌଣସି ସୁନା କିମ୍ବା ରୁପାରେ ନୁହେଁ, ମୁଣ୍ଡ କେଶରେ ତିଆରି ହୋଇଛି । ଏହି ଫଟୋକୁ ସେୟାର କରି ଥିବା ମହିଳାଙ୍କ ପରିଚୟ ମିଳୁନାହିଁ । କିନ୍ତୁ ସୋସିଆଲ ମିଡିଆରେ କେହି ଜଣେ ଯୁବକ ଏହାର ସ୍କ୍ରିନ୍ସଟ୍ କରି ଫେସ୍ବୁକ୍ରେ ଶେୟାର କରିଛନ୍ତି । ଶେୟାର ହୋଇଥିବା ଏହି ଫଟୋରେ ମହିଳା ଜଣଙ୍କ କ୍ୟାପଶନ୍ରେ ଲେଖିଛନ୍ତି, ମୋ ବୟଫ୍ରେଣ୍ଡ ଏବେ ଭାବିସ୍ୱାମୀ । ଆହୁରି ମଧ୍ୟ ମହିଳା ଜଣଙ୍କ ଲେଖିଛନ୍ତି, ଏହି ମୁଦି ପିନ୍ଧାଇ ମୋ ବୟଫ୍ରେଣ୍ଡ ବିବାହ ପ୍ରପୋଜ କରିଛନ୍ତି । ଫେସ୍ବୁକ୍ରେ ଏହି ଫଟୋ ଦେଖି ଲୋକେ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏପରି ମୁଦି ଦେଖି ଘୃଣା ଲାଗୁଛି । ଆଉ ଜଣେ ଲେଖିଛନ୍ତି ବୟଫ୍ରେଣ୍ଡଙ୍କ ପ୍ରୟାସ ଖୁବ୍ ଭଲ । ଏଭଳି ଅନେକ କମେଣ୍ଟ ଦେଖିବାକୁ ମିଳିଛି ।


