ଗାଲେଇଲେ ଇମ୍ରାନ୍, କହିଲେ ପାକିସ୍ତାନରେ ନାହିଁ କୌଣସି ଆତଙ୍କୀ ସଂଗଠନ

ନ୍ୟୁୟର୍କ: ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦାବି କରିଛନ୍ତି ତାଙ୍କ ଦେଶରେ କୁଆଡ଼େ ଗୋଟିଏ ବି ଆତଙ୍କବାଦୀ ସଂଗଠନ ନାହିଁ । ଭାରତ ତାଙ୍କ ଦେଶ ବିରାଧରେ ଆଣିଥିବା ଅଭିଯୋଗ ଭୁଲ ବୋଲି ସେ କହିଥିଲେ । ସେ କହିଥିଲେ ବିଶ୍ୱରେ ଏବେ “ଇସ୍ଲାମଫୋବିଆ’ ସୃଷ୍ଟି ହୋଇଛି । ସମସ୍ତେ ମୁସଲିମ୍ଙ୍କୁ ଏହି ଦୃଷ୍ଟିରେ ଦେଖୁଛନ୍ତି । ସେ ଭାରତକୁ ଧମକାଇ କହିଥିଲେ, ଭାରତ ସରକାର ଜମ୍ମୁ-କଶ୍ମୀରରୁ କଟକଣା ଉଠାଇଲେ ସେଠାରେ ରକ୍ତନଦୀ ବୋହିବ । ସେ ଆହୁରି ମଧ୍ୟ କହିଥିଲେ ଆଣବିକ ଯୁଦ୍ଧ ଭଳି ସ୍ଥିତି ମଧ୍ୟ ଉପୁଜିବାକୁ ସମସ୍ତେ ପ୍ରସ୍ତୁତ ରହିବା ଦରକାର ।ସେ ଆହୁରି ମଧ୍ୟ କହିଥିଲେ, ୧୩୦ କାଟି ବିଶ୍ୱରେ ବସବାସ କରୁଛନ୍ତି । ୟୁରୋପ୍ ଏବଂ ଆମେରିକାରେ ଲକ୍ଷ ଲକ୍ଷ ମୁସଲିମ୍ ସଂଖ୍ୟାଲଘୁ ଭାବେ ବସବାସ କରୁଛନ୍ତି । କିନ୍ତୁ ୯/୧୧ ଘଟଣା ପରଠାରୁ ଇସ୍ଲାମଫୋବିଆ ବଡ଼ ଆହ୍ୱାନ ସାଜିଛି । ସେ କହିଥିଲେ, କିଛି ଦେଶରେ ହିଜାବ୍ ବା ବୁର୍ଖାକୁ ନେଇ ସମସ୍ୟା ହେଉଛି, ସତେ ଯେମିତି ହିଜାବ୍ ଏକ ଅସ୍ତ୍ର । ସେ କହିଥିଲେ ଶ୍ରୀଲଙ୍କାରେ ୯/୧୧ ଘଟଣା ପୂର୍ବରୁ ତାମିଲ ଟାଇଗର୍ସ ଆକ୍ରମଣ କରିଥିଲେ ମଧ୍ୟ ଏଥିପାଇଁ ହିନ୍ଦୁଙ୍କୁ କେହି ଦାୟୀ କଲେନି ।ସେ ଏହି ଅଭିଭାଷଣରେ ଇସଲାମ ଶବ୍ଦ ୭୧ ଥର ଉଚ୍ଚାରଣ କରିଥିବାବେଳେ ପାକିସ୍ତାନ ୨୫ ଥର, କଶ୍ମୀର ୨୫ ଥର, ଭାରତ ୧୭ ଥର ଏବଂ ଆରଏସ୍ଏସ୍ ୧୧ ଥର ଉଚ୍ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ