ଗାଳ୍ପିକ ଧ୍ରୁବଚରଣ ପାତ୍ରଙ୍କ “ଅନ୍ୟ ଏକ ଯଶୋଦା ଓ ଗାଳ୍ପିକ ପ୍ରଦିପ ଦାସଙ୍କ “ଅଭିହତ ଅଭିଳାଷ” ଗଳ୍ପ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଓ ଚାରିଗାଁ ଜଗନ୍ନାଥ ପୂଜ୍ୟ ପୂଜା ସଂସଦ ଆନୁକୂଲ୍ୟରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଗାଳ୍ପିକ ଧ୍ରୁବଚରଣ ପାତ୍ରଙ୍କ ଦ୍ୱାରା ଲିଖିତ ଗଳ୍ପ ପୁସ୍ତକ “ଅନ୍ୟ ଏକ ଯଶୋଦା ଏବଂ ଅନ୍ୟାନ୍ୟ ଗଳ୍ପ” ଓ ଯୁବ ଗାଳ୍ପିକ ପ୍ରଦୀପ ଦାସଙ୍କ ଦ୍ୱାରା ଲିଖିତ “ଅଭିହତ ଅଭିଳାଷ” ଗଳ୍ପ ପୁସ୍ତକ ଚାରିଗାଁ ପୂଜା ପଡିଆରେ ଅନୁଷ୍ଠିିତ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୁଖ୍ୟ ବକ୍ତା ଭାବେ ଓଡିଆ ବିଭାଗର ପ୍ରାଧ୍ୟାପକ ଡଃ. ଗିରିଶ ଚନ୍ଦ୍ର ସାହୁ, ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି ଡଃ. ବାସୁଦେବ ଦାସ, ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବିତ୍ ପ୍ରଣବ କୁମାର ଜେନା ପ୍ରମୁଖ ଯୋଗଦେଇ ଗଳ୍ପ ପୁସ୍ତକ ଦ୍ୱୟରେ ସାମାଜିକ ଜୀବନର ପ୍ରତିଛବି ପରିଲିଖିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପର୍ଶୁରାମ ସ୍ୱାଇଁ, ଡଃ. ସଂଗ୍ରାମ କେଶରୀ ରାଉତ, ଦେବେନ୍ଦ୍ର କୁମାର ରାଉତ, ଅଭିମନ୍ୟୁ ସାହୁ, ବ୍ରଜ କିଶୋର ପତି, ଭାଗିରଥି ସାହୁ, ସାମାଜିକ କର୍ମୀ ଡଃ. ଗଦାଧର ମଲ୍ଲିକ, ମହାକାଳପଡା ବିକାଶ ମଞ୍ଚ ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ ପ୍ରମୁଖ ଯୋଗଦେଇ ଗଳ୍ପ ପୁସ୍ତକ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାଧ୍ୟାପକ ଡଃ. ଗିରିଶ ଚନ୍ଦ୍ର ପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଓ ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ଗାଳ୍ପିକ ଦ୍ୱୟଙ୍କୁ ସମ୍ମାନୀତ କରାଯାଇଥିଲା । ପରିବଶବିତ୍ ବେଣୁଧର ନାୟକ ପୂଜା ପଡିଆରେ ଝାଇଁ ଓ କୃଷ୍ଣଚୁଡା ଗଛର ଚାରା ରୋପଣ କରିଥିଲେ । ଶେଷରେ ଅଧ୍ୟାପକ ଶରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ